ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ବାରକୋଟ ତହସିଲ ମୁଖ୍ୟ କିରାଣୀ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ବାରକୋଟ ବ୍ଲକ ସଦର ମହକୁମା ସ୍ଥିତ ବଣେଇ ଛକଠାରେ ଗତକାଲି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲା । ଖତିୟାନ କାଗଜପତ୍ର କରିଦେବା ପାଇଁ କରଣ ସିଂ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଡିମାଣ୍ଡ କରିଥିଲେ । ଏନେଇ ଭିଜିଲାନ୍ସକୁ କରଣ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ କରଣଙ୍କ ଠାରୁ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା । ମୁଖ୍ୟ କିରାଣୀଙ୍କୁ ଭିଜିଲାନ୍ସ ଗିରଫ କରି ଅଧିକ ଛାନଭିନ କରୁଥିବା ଜଣାପଡିଛି । ସର୍ବଶେଷ ସୂଚନା ଅନୁଯାୟୀ ମୁଖ୍ୟ କିରାଣିଙ୍କ ବାରକୋଟ ସ୍ଥିତ ଭଡାଘରେ ଚଢାଉ କରିଥିଲା ।

Leave A Reply

Your email address will not be published.