ବରଗଡ଼ ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଲଲିତ ଜଗତ ବିଜେପି ବରଗଡ଼ ଜିଲ୍ଲା ଏସସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେ ଜଣେ ମହାନ କଳାକାର ତଥା ନିଜ ସାମାଜର ବିଭିନ୍ନ ପଦ ପଦବୀରେ ରହି ସୁନ୍ଦର ଭାବରେ କାର୍ୟ୍ୟ ନିର୍ବାହ କରିବା ସହିତ ମାଣ୍ଡୋସିଲ ମଣ୍ଡଳର ଏସସି ମୋର୍ଚ୍ଚା ସଭାପତି ଥିଲେ ବର୍ତ୍ତମାନ ମଣ୍ଡଳର ଜିଲ୍ଲା ପ୍ରତିନିଧି ଅଛନ୍ତି । ବିଜେପି ପକ୍ଷରୁ ତାଙ୍କୁ ଯେତେ ବେଳେ ଯେଉଁ ବି ଦାୟିତ୍ଵ ଦିଆଯାଇ ଥାଏ ତାକୁ ଠିକ୍ ଭାବେ ସମ୍ପାଦନ କରି ଆସୁଛନ୍ତି । ଏବେ ତାଙ୍କୁ ବରଗଡ଼ ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଥିବାରୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଏସସି ମୋର୍ଚ୍ଚା ସଭାପତି ଶାନ୍ତନୁ ନାଏକଙ୍କୁ ଜଗତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏ ଖବର ପାଇ ଅନୁସୂଚିତ ଜାତିର ସମସ୍ତ କାର୍ୟ୍ୟ କର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କୁ ମାଣ୍ଡୋସିଲ ମଣ୍ଡଳ ତରଫରୁ ଉପଢୌକନ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Leave A Reply

Your email address will not be published.