pr

‘କୋଶଳ ପ୍ରବାହ’ର ପ୍ରଭାବ : ଲୋକକଳାକାରମାନେ ପାଇବେ ସେମାନଙ୍କ ବକେୟା ପ୍ରାପ୍ୟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଶୀର୍ଷକରେ ଗତ ୧୯ ଜୁଲାଇରେ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏବେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଜିଲ୍ଲା ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୫ ମାସ ପୂର୍ବରୁ ଲୋକ କଳାକାରମାନଙ୍କଠାରୁ କାମ ନେଇ ରାଜ୍ୟ ସରକାର ସେମାନଙ୍କୁ ଉଚିତ୍‌ ପ୍ରାପ୍ୟ ଦେଇ ନଥିଲେ । ତେବେ ଏ ସଂପର୍କରେ ‘କୋଶଳ ପ୍ରବାହ’ରେ ଖବର ପରିବେଷଣ ହୋଇଥିଲା । କରୋନା ସଂକ୍ରମଣ କାଳରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ଲୋକ କଳାକାରଙ୍କ ପ୍ରତି ସରକାର ଦୃଷ୍ଟି ଦେଇଥିବା ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଥିବା ବେଳେ କଳାକାର ଜଗତରେ ଏହା ନିଶ୍ଚୟ ସରକାରଙ୍କ ପ୍ରତି ଆସ୍ଥା ସୃଷ୍ଟି କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବାକି ରହିଥିବା କଳାକାରଙ୍କ ପାଇଁ ପ୍ରାପ୍ୟ ରାଶି ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ନିଜସ୍ୱ ପାଣ୍ଠିରୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଭରଣା ପ୍ରତି ସରକାର ପରବର୍ତ୍ତୀ ସମୟରେ ସଚେତନ ରହିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

nrusinghnath
Leave A Reply

Your email address will not be published.