କାର ଦୁର୍ଘଟଣାରେ ୪ଯାତ୍ରୀ ଆହତ

ବୌଦ୍ଧ,(ବଂଶୀଧର ମାଝୀ) ବୌଦ୍ଧ-କିଆକଟା ରାସ୍ତାର ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ସମ୍ବଲପୁରର ଯାଉଥିବା ଗୋଟିଏ ଇଣ୍ଡିକା ଭିଷ୍ଟା କାର୍ ନମ୍ବର ଓଡି ୧୫ବି ୨୪୨୪ ଆଜି ସନ୍ଧ୍ୟା ୫ଟା ସମୟରେ ବୌଦ୍ଧ-କିଆକଟା ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତିକରି ଚିକତ୍ସା କରାଯାଇଥିଲା । କିଆକଟା ପୋଲିସ୍ ଘଟଣାର ତଦନ୍ତ ଚଲାଇଥିବା ଜଣାଯାଇଛି ।

Leave A Reply

Your email address will not be published.