ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ତତ୍ତ୍ଵାବଧାନରେ ପୁଇଁତଲା ତହସିଲ କାର୍ଯାଳୟରେ ମାନ୍ୟବର ସବୋର୍ଚ୍ଚ ନିର୍ଯ୍ୟାଳୟଙ୍କର ବିଚାରକୁ କୃତିମ ବୁଦ୍ଧି ମାଧ୍ୟମରେ ଆଂଚଳିକ ଭାଷାରେ ଅନୁବାଦନ ଏବଂ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡିଶା ଙ୍କର ଭିସି ରୁଲ୍ସ, ଏଡ଼ିଆର ରୁଲ୍ସ, ମେଡ଼ିଟେସନ୍‌ ରୁଲ୍ସ ୨୦୦୭, ଆଇସିଟି ତତ ସହିତ ଚଙଝଐ ଇମଗ୍ଧ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ମାନ୍ୟବର ସବୋର୍ଚ୍ଚ ନିର୍ଯ୍ୟାଳୟଙ୍କର ନିଷ୍ପତିକୁ କିଭଳି ଭାବରେ କୃତିମ ବୁଦ୍ଧି ମାଧ୍ୟମରେ ସହଜରେ ବୁଝିହେବ, ତତସହିତ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡିଶାଙ୍କର ଭିସି ରୁଲ୍ସ , ଏଡ଼ିଆର ରୁଲ୍ସ ଉପରେ ଅବଗତ କରାଇ ଓ ଏହା ଦ୍ୱାରା ମାମଲାର ସମାଧାନ କରିବା ପାଇଁ ସଚେତନ କରାଇଥିଲେ । ଏଥି ସହିତ କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହଉଥିବା ଯୌନ ନିର୍ଯ୍ୟାତନା ଓ ଏହାର ପ୍ରତିକାର ସହିତ କର୍ମକ୍ଷେତ୍ରରେ ମହିଳା ମାନେ କିପରି ସୁରକ୍ଷିତ ରହିବେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ପୁଇଁତଲା ତହସିଲଦାର ଗୌରବ କୁମାର ବାରଗେ ଯୋଗ ଦେଇ ADR Mechanism ଉପଯୋଗ କରିବା ପାଇଁ ସଚେତନାର ବାର୍ତ୍ତା ଦେଇଥିଲେ । ଏଥିରେ ବଲାଙ୍ଗିର ଓକିଲ ସଂଘର ବରିଷ୍ଠ ଆଇନଜିବୀ ପ୍ରଶାନ୍ତ କୁମାର ଯୋଶୀ, ସୁନାଧର ପାଣିଗ୍ରାହୀ ଓ ଶିବରାଜ ପତି ଯୋଗଦେଇ ବିକଳ୍ପ ପ୍ରକ୍ରିୟାର ଉପଯୋଗ କରି ମାମଲାର ସମାଧାନ କରିବା ପାଇଁ ସଚେତନ କରାଇଥିଲେ । ଉକ୍ତ ଶିବିରରେ Addl. ତହସିଲଦାର ପୁଇଁତଲା ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.