jayashree

ଗଞ୍ଜାମ ଜିଲ୍ଲାରେ ଦଣ୍ଡବିଧାନ ଯାତ୍ରା ଓ ମା’ ତାରାତାରିଣୀଙ୍କ ଯାତ୍ରାରେ ଅଧିକ କଟକଣା ଲାଗିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବ୍ରହ୍ମପୁରରେ ଆଜି ଠାରୁ ଯାଞ୍ଚ କରାଗଲା ହେଲମେଟ ପିନ୍ଧା ସହ ମାସ୍କ ପରିଧାନ । ମାସ୍କ ପରିଧାନ ନକରିଥିଲେ ପ୍ରତ୍ୟେକଙ୍କ ଠାରୁ ୨ ଶହ ଟଙ୍କା ଜୋରିମାନା ଆଦାୟ କରାଯାଉଛି । କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ପଞ୍ଚସୂତ୍ର ନିୟମ ଉପରେ ଅଧିକା ଗୁରୁତ୍ୱ ଦେଲା ସ୍ଥାନୀୟ ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଚୈତ୍ରପର୍ବ ଅବସରରେ ପାରମ୍ପରୀକ ଶାକ୍ତଧର୍ମ ପୂଜା ବିଧିବଦ୍ଧ ଭାବେ ଅନୁଷ୍ଠିତ ହେବାରେ ଅନେକ କଟକଣା ଜାରୀ କରିଛନ୍ତି ଜିଲ୍ଲାପ୍ରଶାସନ । ପ୍ରସିଦ୍ଧ ଶକ୍ତିପୀଠ ବିଶ୍ୱ ବନ୍ଦନୀୟ ମା’ ତାରାତାରିଣୀଙ୍କ ମନ୍ଦିର ସିଂହଦ୍ୱାର ନିକଟରେ ହେଉଥିବା ଚଳିତ ବର୍ଷ ଚୈତ୍ର ମାସର ଅନ୍ୟ ସବୁ ମଙ୍ଗଳବାର ଠାରୁ ଆଉ ମାନସିକ ମୁଣ୍ଡନ (ପିଲାଙ୍କ ବାଳ କଟାଯିବା) ପ୍ରଥାକୁ ବନ୍ଦ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଚଳିତ ପାଳି ଠାରୁ ଆଉ ଅଧିକା ଗହଳି ଯେପରି ନ ହେବ ସେ ଦିଗରେ ଦୃଷ୍ଟି ଦେଲେ ଜିଲ୍ଲାପାଳ । ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜ କରିବା ଅବା ସାବୁନରେ ହାତ ଧୋଇବା ଆଦି ସହ ପଞ୍ଚସୂତ୍ର ନିୟମ ପାଳନ ଉପରେ ଗୁରୁତ୍ୱ ଦିଗରେ ପଦକ୍ଷେପ ନିଆଗଲା । ସେହିପରି ଜିଲ୍ଲାରେ ୨୧ ଦିନିଆ ଯାଏଁ ସମାହିତ ହେଉଥିବା ଗଞ୍ଜାମ ଦଣ୍ଡବିଧାନ ଯାତ୍ରାରେ ମଧ୍ୟ ପ୍ରଶାସନ ରୋକ ଲଗାଇଛନ୍ତି । ପ୍ରତ୍ୟେକ ଦଣ୍ଡ ପାର୍ଟିରେ ମା’ ଦଣ୍ଡ କାଳୀଙ୍କ ବ୍ରତଧାରୀ ଭୁକ୍ତା ମାନଙ୍କ ସଂଖ୍ୟା ୨୫ ଜଣଙ୍କ ମଧ୍ୟରେ ସୀମିତ ରଖାଗଲା । ଦଣ୍ଡବିଧାନ ଯାତ୍ରାରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ସଂଧ୍ୟାବେଳେ ମଙ୍ଗଳ ଆରତୀ ଆଦି କାର୍ୟ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ଅଧିକଗହଳି ରହିବାକୁ ପ୍ରଶୟ ଦିଆଯିବ ନାହଁ । ମଧ୍ୟରାତ୍ରୀରେ କୌଣସି କ୍ରମେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ଉପରେ ମଧ୍ୟ ସ୍ଥଗିତାଦେଶ ଜାରୀ କରି ଏଥିରେ ରୋକ ଲଗାଯାଇଛି । ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ କୋଭିଡ଼ ଗାଇଡ଼ ଲାଇନ ମାନିବାକୁ ସଜାଗ କରାଯାଇଛି । ପଞ୍ଚସୂତ୍ର ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସବୁ ବ୍ୟବସାୟୀ ପ୍ରତିଷ୍ଠାନରେ ଗ୍ରାହକଙ୍କ ରେଜିଷ୍ଟାର ଖାତା, ସାନିଟାଇଜର ଶିଶି ରହିବା ବାଧ୍ୟତାମୂଳକ ବାଧ୍ୟତାମୂଳକ ଅଟେ । କାଠ ବାଡ଼ ମଧ୍ୟ ବାନ୍ଧିବା ଆଦି ପଞ୍ଚସୂତ୍ର ନିୟମ ପାଳନକୁ କଡାକଡି କରାଯାଇଛି ।

Leave A Reply

Your email address will not be published.