centurian jitm

କଂଗ୍ରେସ ଦଳ ପକ୍ଷରୁ ବିଧାନସଭାରେ ବିକ୍ଷୋଭ ପ୍ରଦର୍ଶନ : ଆଜି ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଟ୍ରାଫିକ୍‌ କଟକଣା

nschool

ଭୁବନେଶ୍ୱର : ଆଜି କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହର ଏବଂ ଏହାର ଆଖପାଖରେ ବିଶେଷକରି ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ହେବାର ଆଶଙ୍କା କରାଯାଉଛି । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ନିମନ୍ତେ କମିଶନରେଟ୍‌ ପୁଲିସ ପକ୍ଷରୁ ଉପରଲିଖିତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବା ନିମନ୍ତେ ଜନସାଧାରଣକୁ ଅନୁରୋଧ କରାଯାଇଛି । ନିରାପଦ ଓ ବାଧାମୁକ୍ତ ଯାତ୍ରା ନିମନ୍ତେ ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ପୁଲିସ କମିଶନର ଡା. ଏସ୍‌ ଦେବଦତ୍ତ ସିଂହ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.