ଛତ୍ରପୁର ରୋଟାରୀ ସଂଗଠନ ପକ୍ଷରୁ ଯୁବ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ ସୁଯୋଗର ସଦୁପଯୋଗ କରିବାକୁ ଅକ୍ଷମ ହେଉଛନ୍ତି । ଏଣୁ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଥିଲା । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସାଧନ କର୍ମୀ ତଥା ଛତ୍ରପୁର ମାଟିର ସୁଯୋଗ୍ୟ ସନ୍ତାନ ବିଧାନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ନିଜ ଘରୋଇ ସହରର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି ଶ୍ରୀ ନାୟକ ଏହି ଅବସରରେ କହିଥିଲେ । ଡକ୍ଟର ବିମଳ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜଣାଇ ଥିବା ବେଳେ ପ୍ରସନ୍ନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମରପ୍ରିୟା ପଲେଇ ଓ ସୁରଜିତ ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.