om academy

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଦିଗଶିରା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସକାରାତ୍ମକ ପରିବେଶ ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବାବୁଲାଲ ବଣିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମାଜିକସ୍ତର ଓ ବିଦ୍ୟାଳୟସ୍ତରରେ ସକାରାତ୍ମକ ମନୋଭାବ ସୃଷ୍ଟିରେ ପିତାମାତା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ଅନ୍ଧାରିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ଶ୍ୟାମ ସୁନ୍ଦର କୁଅଁର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସକାରାତ୍ମକ ମନୋଭାବର ବିକାଶରେ ଚିତ୍ରକଳାର ଭୂମିକା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଆଲୋଚକ ଭାବେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଶୈକ୍ଷିକ ଓ ସହଶୈକ୍ଷିକ ବିକାଶ ପାଇଁ ସକାରାତ୍ମକ ମନୋଭାବର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ କର୍ମଶାଳା କରାଯାଇ ଉନ୍ନତ ପ୍ରଦର୍ଶନ କରିଥିବା ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ମାଧ୍ୟମିକ ସ୍ତରର ୮୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ଶେଷରେ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଲୋଚନ ସାହୁ ସରକାରୀ ଓ ବେସରକାରୀ ସ୍ତରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.