oum

ପୁତ୍ର ସନ୍ତାନର ପିତା ହେଲେ କମେଡି କିଙ୍ଗ୍‌ କପିଲ ଶର୍ମା

jsm

ମୁମ୍ବାଇ : କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ତା‌ଙ୍କ ପତ୍ନୀ ଗିନ୍ନି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ କପିଲ ଶର୍ମା ୨ୟ ସନ୍ତାନର ବାପା ହୋଇଛନ୍ତି । ଏହାପୂର୍ବରୁ କପିଲ ଶର୍ମାଙ୍କ ଏକ କନ୍ୟା ସନ୍ତାନ ରହିଛି । କପିଲ ଶର୍ମା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ନମସ୍କାର, ଆଜି ସକାଳ ଆମକୁ ଭଗବାନଙ୍କ ଆର୍ଶାବାଦ ପ୍ରାପ୍ତ ହୋଇଛି । ଯାହାର ଫଳସ୍ୱରୁପ ଏକ ପୁତ୍ର ସନ୍ତାନ ଜନ୍ନ୍‌ ହୋଇଛି । ଭଗବାନଙ୍କ କୃପାରୁ ଉଭୟ ମାଆ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି । ଫ୍ୟାନ୍‌ସ ଭଲପାଇବା ଓ ଆର୍ଶୀବାଦ ପାଇଁ ଧନ୍ୟବାଦ ।

Leave A Reply

Your email address will not be published.