oum

ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ଦ୍ୱାରା ଯୁବକ ଗିରଫ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନିଆଁ ଲଗାଇବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ଖରାପୁରା ସେକ୍ସନର ଜଣେ ଯୁବକକୁ ବନ ବିଭାଗ ଗିରଫ କରିଛି । ସଂପୃକ୍ତ ଅଭିଯୁକ୍ତ ଯୁବକ ଜଣକ ସିଂହାସନ ସଂରକ୍ଷିତ ଜଙ୍ଗଲରେ ଗତ ସଂଧ୍ୟାରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିବା ବେଳେ ବନବିଭାଗ ଚଢାଉ କରି ଯୁବକଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ଜଣକ ଶୁଲିଆ ଗ୍ରାମର ହରିହର ମହନ୍ତ (୪୪) ବୋଲି ସୂଚନା ମିଳିଛି । ଅଭିଯୁକ୍ତ ନିକଟରୁ ମାଚିସ ପ୍ୟାକେଟ ଏବଂ ଏକ ଟାଙ୍ଗିଆ ଜବତ କରାଯାଇଛି । ବନପାଳ ଦିନେଶ କୁମାର ମାଝୀ ସମେତ ବନ କର୍ମଚାରୀ ପଦ୍ମଲୋଚନ ଭୋଇ, ରୋହିତ ଗହିର, ବିରମଣୀ ବଗର୍ତି ପ୍ରମୁଖ ପେଟ୍ରୋଲିଂ କରୁଥିବା ବେଳେ ହରିହର ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ପାଇଥିଲେ ।

Leave A Reply

Your email address will not be published.