oom

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜେଆର୍‌ସି ୟୁନିଟ୍‌ ଗଠିତ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାଠାରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଭବ୍ୟ ସଭାରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରୁ ଛାତ୍ରଛାତ୍ରୀମାନଙ୍କୁ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଆଗାମୀ ଦିନରେ ରେଡକ୍ରସର ସପ୍ତନୀତି ଅନୁପାଳନ ପୂର୍ବକ ମାନବୀୟ ସେବା ପ୍ରଦାନ କରିବାର ସୁଯୋଗ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ସେବା କାର୍ଯ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ପଦ ପଦବୀରେ ମନୋନୀତ କରାଯାଇଥିଲା । ସର୍ବସମ୍ମତି କ୍ରମେ ମୁସ୍କାନ ସାହୁ-ଚେୟାରପାର୍ସନ, ଜନନୀକା ନାଏକ-ଭାଇସ ଚେୟାରପାର୍ସନ, ଲିପସା ଯୁଆଡି- ସଂପାଦିକା, ଅର୍ଚ୍ଚିତା ପଧାନ- ସହ-ସଂପାଦିକା, ଟିକେଶ୍ୱରୀ ସାହୁ- କମାଣ୍ଡର, ପ୍ରୀତି ଖର୍ସେଲ- ଭାଇସ୍‌ କମାଣ୍ଡର, ସୋମ୍ୟା ବଢେଇ-ସ୍ୱାସ୍ଥ୍ୟ ଓ ପରିମଳ ଗ୍ରୁପ ଲିଡର, ମମତା ଦୀପ- ସାମାଜିକ ସେବା ଗ୍ରୁପ ଲିଡର, ଲିଜା ସୁନା- ସାଂସ୍କୃତିକ ଗ୍ରୁପ ଲିଡର, ନମ୍ରତା ଭୁଏ -ପାଣ୍ଠି ସଂଗ୍ରହ ଗ୍ରୁପ ଲିଡର, ଲିକି ମାଝୀ – ଆନ୍ତର୍ଜାତିକ ବନ୍ଧୁତ୍ୱ ଗ୍ରୁପ ଲିଡର ଭାବରେ ଯଥାକ୍ରମେ ମନୋନୀତ ହୋଇଛନ୍ତି । ସର୍ବମୋଟ ୫୧ ଜଣ ଛାତ୍ରଛାତ୍ରୀ ୨୦୨୩-୨୪ ଶିକ୍ଷାବର୍ଷର ଜୁନିୟର ରେଡକ୍ରସ ୟୁନିଟରେ ସାମିଲ ହୋଇଛନ୍ତି । ପ୍ରାରମ୍ଭରେ ସ୍କୁଲର ଜେଆର୍‌ସି କାଉନସିଲର ତଥା ସୁବର୍ଣ୍ଣପୁର ଜେଆର୍‌ସିଓ ରବିଚନ୍ଦ୍ର ପଶାୟତ ଗତ ବର୍ଷ ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶିତୁ ସାହୁ ରାଜ୍ୟସ୍ତରୀୟ ଶିକ୍ଷା ଓ ତାଲିମ କ୍ୟାମ୍ପରେ ଯୋଗ ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସାଧନକର୍ମୀ ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାଶ, ରବିନ୍ଦ୍ର ନାଥ ଦୀପ, ବିସିସି ନିମାଇ ଚରଣ ମଲ୍ଲିକ, ବରିଷ୍ଠ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଦୀନବନ୍ଧୁ ପ୍ରଧାନ, ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ, ସଂଜୀବ କୁମାର ପୂଜାରୀ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ପରିଶେଷରେ ତନୁଶ୍ରୀ ଯୁଆଡି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.