ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ, ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ଼ ଯୁବ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ରାଜନୈତିକ କ୍ଷେତ୍ରରେ ସୁଦକ୍ଷ ଅନୁରାଗକୁ ନିଜେ ଉପଲବ୍ଧି କରି ଆଜି ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଯୁବ ନେତା ତଥା ୱ।ର୍ଡ ମେମ୍ବର ଆର୍ତ୍ତ ସାହୁଙ୍କ ନେତୃତ୍ୱରେ ମରୁଆ ପଞ୍ଚାୟତର ମରୁଆ ଗ୍ରାମର ୯୭ ଜଣ, ତାଲପଦର ୨୬, ପଣ୍ଡରିପାଣି ୨୩, ପାଢେଲ ୧୮ ଆଦି ଗ୍ରାମର ଗୁଡିକ ବିଜେପି କଂଗ୍ରେସ ୧୬୪ ଜଣ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜୁ ଜନତା ଦଳରେ ଯୋଗଦାନ ଦେଇଥିବା କର୍ମୀ ମାନଙ୍କୁ ଦଳର ଶଂଖ ଚିହ୍ନ ରହିଥିବା ଚାଦର ଅପର୍ଣ ସହ ସ୍ଵାଗତ କରିଥିଲେ । ଆଜିର ମିଶ୍ରଣ ପର୍ବରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପ୍ରଧାନ , ଡିଙ୍ଗର ନାଗ, କରୁଣା ମେହେର, ପ୍ରଦୀପ ମହେର, ବୁଲୁଠାକୁର, ଯୁଧିଷ୍ଠିର ସିଂ ଦୂର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦିନକୁ ଦିନ ବିଜୁ ଜନତା ଦଳରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ସାମିଲ ହୋଇଥିବା ଫଳରେ ବିଜୁ ଜନତା ଦଳ ଆଗାମୀ ଦିନରେ ଆହୁରି ଦଳ ମଜବୁତ ହେବ ବୋଲି ମତ ପ୍ରକାଶ ପାଉଛି ।