ରମ୍ଭା ଯୋଗ ଶିବିର କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଷ୍ଟମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ରମ୍ଭା ଅଞ୍ଚଳର ଯୋଗ ଶିବିର କେନ୍ଦ୍ର ଓ ରମ୍ଭା ଉଚ୍ଚ ବିଦ୍ୟାଳୟ ଠାରେ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ସୁଚି ପ୍ରକାରେ ଯୋଗ ଗୁରୁ ରବୀନ୍ଦ୍ର ବେହେରାଙ୍କ ବେଦ ମନ୍ତ୍ର ଓ ଉଚ୍ଚାରଣ ଦ୍ୱାରା ଆରମ୍ଭ ହୋଇଥିବା ବେଳେ ଦୀପ ପ୍ରଜ୍ୱଳନ କରିଥିଲେ ସାମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର । ଯୋଗାସନ ଦେଇଥିଲେ ଅକ୍ଷୟ କୁମାର ସୁବୁଦ୍ଧି, ସୌମ୍ୟ ରଞ୍ଜନ ବେହେରା । ଏଥିସହ ଓଁ ଶାନ୍ତି, ପ୍ରଜାପତି ବ୍ରହ୍ମକୁମାରୀ, ଗାୟତ୍ରୀ ପରିବାର ସମେତ ଅନେକ ଅନୁଷ୍ଠାନ ଓ ପ୍ରତିଷ୍ଠାନ ସାମିଲ ହୋଇଥିଲେ । ତତ୍ ସଙ୍ଗେ ସଙ୍ଗେ ଉଭୟ ସ୍ଥାନରେ ଯୋଗାସନ ମଧ୍ୟରୁ ତାଡାସନ, ସରଳ ବୃକ୍ଷାସନ, ଓଷ୍ଟର ଆସନ, ସସକ ଆସନ, ବକ୍ର ଆସନ, ଭଦ୍ର ଆସନ, ସେତୁ ବନ୍ଧନ ଆସନ, ମକର ଆସନ, ପ୍ରାଣାୟାମ, କପାଳ ଭାତି, ଅନ୍ନବୀର, ଭ୍ରମରା, ହାସ୍ୟ ଆସନ, ସିଂହ ଆସନ ଓ ଶାନ୍ତିପାଠ ସ୍ଥାନ ପାଇବା ସହ ଆସନ ରତ ଛାତ୍ରଛାତ୍ରୀ ଯୋଗ ଶିବିରରେ ନୀରବତା ସହ ନିରବଚ୍ଛିନ୍ନ ଭାବେ ଏକାଧାରରେ ମଜ୍ଜି ରହିଥିଲେ । ରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷକ ଅଜିତ କୁମାର ବେହେରା, ରାମଚନ୍ଦ୍ର ବକ୍ଷଡ଼ତ୍ୟା, ବିଜୟ ମିସ୍ତ୍ରୀ, ସୁଦର୍ଶନ ଜେନା, ପ୍ରଭାତ କୁମାର ବେହେରା, ମହେଶ୍ୱର ବେହେରା, ଆନନ୍ଦ ସାହୁ, ଟି. ଅନିଲ ସୁବୁଦ୍ଧି, ପ୍ରଫୁଲ୍ଲ ସାହୁ, ରମେଶ ବଜାଜ, ଆଶା ବଜାଜ, ଭୀମସେନ ବେହେରା, ପଞ୍ଚାନନ ଖଟୁଆ, ଶରତ ଦାଶ, ନାରାୟଣ ବେହେରା ସମେତ ଶତାଧିକ ଉତ୍ସାହି ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ତ, ରାଜନେତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଶିବିରରେ ଭାଗ ନେଇଥିଲେ ।