ଜିଲ୍ଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ଜିଲ୍ଲାପାଳ ପାରୂଲ ପାଟୱାରୀଙ୍କ ଗସ୍ତ କରିଥିବା ଜଣାପଡିଛି । ଜିଲ୍ଲାପାଳ ଗସ୍ତ ସମୟରେ କଲ୍ୟାଣସିଂହପୁର ସଦରରେ ଥିବା ଆଦର୍ଶ ବିଦ୍ୟାଳୟରେ ପରିଦର୍ଶନ ବେଳେ ବିଦ୍ୟାଳୟର ସମସ୍ତ ପ୍ରକାର ଅନୁସନ୍ଧାନ କରିଥିଲେ । ଏହାପରେ କଲ୍ୟାଣସିଂହପୁର ସଦରରେ ଥିବା କଚରା ସାହି ଓ ମେଦିରି ସାହିରେ ଥିବା ମହିଳା ସୟଂସହାୟକ ଗୋଷ୍ଠୀ କାଳିଆ ଏସ୍‌ଏଚ୍‌ଜି ଓ ମାଁ ମାଝୀଗୌରୀ ଏସ୍‌ଏଚ୍‌ଜି ଗୃପ ତରଫରୁ ବାଉଁଶରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ସାମଗ୍ରୀକୁ ବାହାର ଦେଶରେ ବିକ୍ରି ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଜିଲ୍ଲା ମାନଙ୍କରେ ସରକାରୀ ମେଳା ହୁଏ ସେହି ସ୍ଥାନ ଗୁଡ଼ିକରେ ପ୍ରଦର୍ଶନ କରିବା ପାଇଁ ଏକ ଷ୍ଟଲ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ପକ୍ଷରୁ ଏକ ଗୃହ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ପାରସାଲି ପଞ୍ଚାୟତରେ ପିଏମ୍‌ ଜନମନ ଯୋଜନାରେ ନିର୍ମାଣଧିନ ଆବାସ ଗୃହର ତଦାରଖ କରିଥିଲେ । ଏହା ପରେ ପାରସାଲି ପଞ୍ଚାୟତର କାଣ୍ଡସୁର ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ବିଦ୍ୟାଳୟର ପରିବେଶକୁ ଅନୁଧ୍ୟାନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ପରେ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଉଦ୍ୟାନ କୃଷି ବିଭାଗ ଦ୍ଵାରା କରାଯାଇଥିବା ପରିବା ଚାଷ ଦେଖି ଥିଲେ । ଏହି ଗସ୍ତ ବେଳେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.