ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ସୁରେନ୍ଦ୍ର ସାଏ କ୍ଲବ, ଇନ୍ଦିରାନଗର, ବଲାଙ୍ଗିର ଠାରେ ସ୍ୱାଧିନତା ସଂଗ୍ରାମି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ବଡ ଆଡମ୍ବର ରୁପରେ ପାଳନ କରାଯାଇଛି । ଏହା ସହିତ ସମାଜସେବୀ ଲଳିତ ନାୟକଙ୍କ ଆତ୍ମାର ସତ୍‌ଗତି ନିମନ୍ତେ ଦୀପ ଜାଳି ନିରବ ପ୍ରାର୍ଥନା କରାଯାଇଥିଲା । ସଭାକୁ କ୍ଲବର ସଭାପତି ରୁଦ୍ରମଣି ପଟେଲ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପରେ ସାନନ୍ଦ ସେଠି, ସୋମନାଥ ମିଶ୍ର, ବାସନ୍ତୀ ସିଂ ବୁଡେକ, ସଂଗ୍ରାମ ବହିଦାର ଉପସ୍ଥିତ ଥିଲେ । କ୍ଲବର ସମସ୍ତ ସଦସ୍ୟ ସହିତ କ୍ଷେତ୍ର ବାଗ, ହେମକାନ୍ତ ପୁଟେଲ, ସୁଶାନ୍ତ କୁମାର ବିଶୋଇ, ସଞ୍ଜୟ ସିଂଦେଓ ଉପସ୍ଥିତ ଥିଲେ ।

Leave A Reply

Your email address will not be published.