ବିଜେପୁରରେ ଖଗେଶ୍ୱର ଜୟନ୍ତୀ ଉତ୍ସବ

  • ଖଗେଶ୍ୱର ସାହିତ୍ୟ ପାଠ୍ୟ ପୁସ୍ତକରେ ସ୍ଥାନୀତ ହେଉ

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଚଣ୍ଡ ପ୍ରତିଭାଧର ଅଧିକାରୀ ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠଙ୍କ ରଚନାବଳୀ ଅନନ୍ୟା, ଅନୁପମା ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ରଚିତ ତାଙ୍କ ସାହିତ୍ୟ ବହୁ ଉଚ୍ଚାଙ୍ଗ ଅନ୍ୟାୟ, ଅନୀତି ବିରୁଦ୍ଧରେ ସେ ତୀବ୍ର ସମାଲୋଚନା କରୁଥିବାରୁ ତାଙ୍କୁ ଯାଯାବର ଜୀବନ ଅତିବାହିତ କରିବାକୁ ପଡ଼ିଥିଲା । ଚାରି ଭାଗରେ ବିଭକ୍ତ ତାଙ୍କର ରଚନା ସମଗ୍ର ନିକଟ ଅତୀତରେ ଗ୍ରନ୍ଥାବଳୀ ରୂପେ ପ୍ରକାଶିତ ହେଉଥିଲେ ସୁଦ୍ଧା କିଛି ସ୍ରୁଷ୍ଟି ଅପ୍ରକାଶିତ ହୋଇ ରହିଯାଇଛି । ସୁତରାଂ ଖଗେଶ୍ୱର ସାହିତ୍ୟକୁ ପାଠ୍ୟ ପୁସ୍ତକରେ ସ୍ଥାନୀତ କରିବା ଦିଗରେ ଓଡିଶା ସାହିତ୍ୟ ଏକାଡେମୀ ପଦକ୍ଷେପ ନେବା ଉଚିତ୍‌ । ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠ ଜୟନ୍ତୀ ସମାରୋହରେ ଅତିଥିଗଣ ଏହି ମତପ୍ରକାଶ କରିଥିଲେ । ସ୍ଥାନୀୟ ଏସ୍‌ଏଚ୍‌ଜି ଭବନ ଠାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହକୁ ସାହିତ୍ୟିକ ଡକ୍ଟର ସୁବାଷ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ନାଟ୍ୟକାର ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ସାରସ୍ଵତ ସଭା ହୋଇଥିଲା । କଳାପାଣି ଜି. ଏମ୍‌ କଲେଜର ଅଧ୍ୟକ୍ଷ ମୋହନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖଗେଶ୍ୱର ସାହିତ୍ୟର ଗରିମା ଉଫରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଖଗେଶ୍ୱର ସାହିତ୍ୟ ସମ୍ମାନ -୨୦୨୪ରେ ଉତ୍ତର ବିଶ୍ୱବିଦ୍ୟାଲୟ ବାରିପଦାର ପ୍ରଫେସର ଡକ୍ଟର ବବ୍ରୁବାହନ ମହାପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଗୀତିକାର ମକରଧ୍ୱଜ ସାହୁ ମାନପତ୍ର ପଠନ କରିଥିଲେ । କ୍ରାନ୍ତି କଣ୍ଠଶିଳ୍ପୀ ଅଜିତ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ଉପେନ୍ଦ୍ର ସାହୁ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ, ଉପସଭାପତି ଦିଲ୍ଲୀପ କୁମାର ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପରିଷଦ ପକ୍ଷରୁ ପ୍ରକାଶିତ ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ଦ୍ଵିତୀୟ ସଂଖ୍ୟାକୁ ଅତିଥିଗଣ ଲୋକାର୍ପଣ କରିଥିଲେ । ସାରସ୍ୱତ ସମାରୋହକୁ ସଂପାଦକ ରାଜେଶ୍ୱର ବେହେରା ସଂଯୋଜନା କରିଥିଲେ । ଦୁର୍ବାଦଳ ମେହେର ଓ ସୁଷମା ଭୋଇ ଉଦ୍‌ଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ସହ ସଂପାଦକ ହ୍ରୁଦମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଅଧ୍ୟାପକ ଡ଼କ୍ଟର ଚିନ୍ମୟ ସାହୁ, କ୍ରାନ୍ତିକବି ହରିଲାଲ ସାହୁ, ରେଡିଏନ୍ସ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଅଜିତ କୁମାର ମେହେର, ଗାଳ୍ପିକ ନରେନ୍ଦ୍ର ମହାନ୍ତି, କଥାକାର ତେଜରୁ ବାରିକ, ରାମ ପ୍ରସାଦ ବାଗ, ଅଧିକାରୀ ସା, ସୁରେଶ ସାହୁ, ଅଶ୍ଵିନୀ ସାହୁ, ଦିଲେଶ ମେହେର, ସାବିତ୍ରୀ ମେହେର, ଯୁବରାଜ ଦୀପ, ଗୌରାଙ୍ଗ ପାଣ୍ଡେ, କବି ଦେବାଶିଷ ମେହେର, ଅହଲ୍ୟା ପଧାନ, ଉମେଶ ପଧାନ ପ୍ରମୁଖ ବହୁ କବି, ସାହିତ୍ୟିକ ଯୋଗଦେଇ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.