ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୨ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଳକର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଶିକ୍ଷକ ଓ ଅବିଭାବକମାନଙ୍କ ସହ ସ୍କୁଲ ବିଷୟରେ ଆଲୋଚନା କରିଥିଲେ । ଆବଶ୍ୟକତା ଠାରୁ ଶ୍ରେଣୀ କୋଠରୀ କମ, ଭଙ୍ଗା ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ଛାତ୍ରୀ ସଂଖ୍ୟା ଅନୁସାରେ ପରିଶ୍ରାଗାର ଓ ଶୌଚାଳୟ ନାହିଁ ସେହି ବିଷୟରେ ଶିକ୍ଷକ ଓ ଅବିଭାବକମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାାୟକ ଶ୍ରୀ ମିଶ୍ର ଖୁବ କମ ଦିନ ମଧ୍ୟରେ ସ୍କୁଲ କୋଠା ନିର୍ମାଣ ପାଇଁ ୪୩ ଲକ୍ଷ ମଞ୍ଜୁର ହେବ ଓ ଏହି ଟଙ୍କାକୁ କିପରି ଠିକ ଭାବେ ବ୍ୟବହାର ହେବ ସେଥିପ୍ରତି କେବଳ ଶିକ୍ଷକ ନୁହେଁ ଅବିଭାବକ ଓ ଗ୍ରାମବାସୀ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅପରପକ୍ଷେ ଜରାସିଂହା ହାଇସ୍କୁଲର ଅନ୍ୟତ୍ତମ ସମ୍ପତ୍ତି ଖେଳ ପଡ଼ିଆ ପ୍ରତି ସ୍କୁଲ କତ୍ତୃପକ୍ଷ ସ୍ୱତନ୍ତ୍ର ରକ୍ଷଣା ବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ପଧାନ ଶିକ୍ଷକଙ୍କ ବିନା ଅନୁମତିରେ କୌଣସି ବ୍ୟକ୍ତି ଯେପରି ଖେଳ ପଡ଼ିଆକୁ ବ୍ୟବହାର କରି ପାରିବେ ନାହିଁ ସେଥିପ୍ରତି ପ୍ରଧାନ ଶିକ୍ଷକ ସହ ଖେଳ ଶିକ୍ଷକ ଦାୟିତ୍ୱ ନେବା ଜରୁରୀ । ଆଗାମୀ ଦିନରେ ଏହି ପଡିଆକୁ ଆହୁରି ସୁନ୍ଦର କରିବାକୁ ଆଶା କରାଯାଉଛି, ଯଦି ପଡ଼ିଆକୁ ସୁରକ୍ଷିତ ଭାବେ ରଖାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଦୀର୍ଘ ବର୍ଷ ହେଲା ହାଇସ୍କୁଲ ଅଧୀନରେ ଥିବା ଆଦିବାସୀ ହଷ୍ଟେଲ ଉଦ୍ଘାଟିତ ହୋଇଥିବା ବେଳେ ସରକାରୀ ଭାବେ ହସ୍ତାନ୍ତର କରିବାକୁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ପରିଶେଷରେ ଭଙ୍ଗା କୋଠାକୁ ବୁଲି ଦେଖି ଭବିଷ୍ୟତକୁ ଅନୁମାନ କରି ନୂଆଁ କୋଠା ନିର୍ମାଣ କରିବାକୁ ସ୍କୁଲର ଶିକ୍ଷକ ତଥା ଅବିଭାବକ ଓ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ମିଶ୍ରଙ୍କ ସହ ପ୍ରଧାନ ଶିକ୍ଷକ ଶତୃଘ୍ନ ଘଡେଇ, ବ୍ଳକ ଶିକ୍ଷା ଅଧିକାରୀ ସଂକିର୍ତ୍ତନ୍ୟ ବାଗ, ଅତିରିକ୍ତ ଶିକ୍ଷା ଅଧିକାରୀ ଅଜିତ ମିଶ୍ର, ଜମିଦାର ଦୁର୍ଗାପ୍ରସାଦ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post