ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ଜନ୍ମ ଦିନରେ ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଆର୍‌ଜିଏଚ୍‌ଠାରେ ରକ୍ତ ଆବଶ୍ୟକ ହେଉଥିବା ଜଣେ ନାବାଳିକା ମଞ୍ଜୁ ମୁଣ୍ଡାରୀ (୧୬)ଙ୍କୁ ଶ୍ରୀ ପଣ୍ଡା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି । ଏହା ଶ୍ରୀ ପଣ୍ଡାଙ୍କର ୧୧୩ତମ ରକ୍ତଦାନ । ସୂଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡାଙ୍କ ମା’ଙ୍କର ମାତ୍ର ୨୬ ବର୍ଷ ବୟସରେ ରକ୍ତହୀନତା ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ସେଥିପାଇଁ ସେ ନିଜର ସଂକଳ୍ପ ଯୋଗୁଁ ରକ୍ତ ପାଇଁ ଯେପରି କାହାର ଜୀବନ ହାନୀ ନହେଉ ଏଥିପାଇଁ ସେ ଯୁକ୍ତ ୨ ପାଠ ପଢିବା ସମୟରୁ ରକ୍ତଦାନ କରିବା ସହ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି ।

Leave A Reply

Your email address will not be published.