
ଭୁବନେଶ୍ୱର : ଡମଣା ଛକ ସ୍ଥିତ ଏକ ବାର୍ ଉପରକୁ ଗୁଳି ଓ ବୋମାମାଡ କଲେ ଦୁର୍ବୃତ୍ତ । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଫେରାର ହେଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ ଆରମ୍ଭ । ସୂଚନା ମୁତାବକ, ଭୁବନେଶ୍ୱରର ଡମଣା ସ୍ଥିତ ଏକ ବାର୍ ଶୁକ୍ରବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲାଥିଲା । ଏହାରି ମଧ୍ୟରେ କିଛି ଦୁର୍ବୃତ୍ତ ଆସି ଉକ୍ତ ବାର୍ ଉପରକୁ ଗୁଳି ସହ ବୋମାମାଡ଼ ମଧ୍ୟ କରିଥିଲେ । ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଥିଲେ । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚିଛି । ହେଲେ ଏହାରି ଭିତରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫୋରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରି ସମସ୍ତ ସିସିଟିଭି ଯାଞ୍ଚ କରୁଛି ପୋଲିସ ।