ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ ବର୍ଷ ପାଇଁ ପହିଲା ଜାନୁଆରୀ ମାସରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ମାସ ୦୧ ତାରିଖ ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା ସମ୍ମିଳନୀ କକ୍ଷଠାରେ, ୦୮ ତାରିଖରେ ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ, ୧୬ ତାରିଖରେ ସଇଁତଲା ବ୍ଲକ କାର୍ଯ୍ୟ।ଳୟଠାରେ, ୨୨ ତାରିଖରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟ।ଳୟଠାରେ ଓ ୨୯ ତାରିଖରେ ଆଗଲପୁର ବ୍ଲକ କାର୍ଯ୍ୟ।ଳୟଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମୂଳକ ଅଭିଯୋଗ ଜଣାଇପାରିବେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.