ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ : ୨ ଅଟକ

ଭୁବନ : ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍‌କୁ ଶନିବାର ବିଳମ୍ବିତ ରାତ୍ରିରେ ଜବତ କରିଛି ପୋଲିସ । ସୂଚନାନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଅଞ୍ଚଳରୁ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଯାଜପୁର ଅଞ୍ଚଳକୁ ଯାଉଥିଲା । ଖବର ପାଇ ସୁରପ୍ରତାପୁର ଫାଣ୍ଡି ପୋଲିସ ଗାଡିକୁ ପିଛା କରି ଜାତୀୟ ରାଜପଥ ୫୩ ଦୟଣାବିଲ ଗ୍ରାମ ନିକଟରେ ଗାଡ଼ିକୁ ଅଟକାଇଥିଲେ । ଗାଡ଼ିରେ ଅମାନୁସିକ ଭାବରେ ୬ଟି ଗାଈ ଲଦା ହୋଇ ଚାଲାଣ ହେଉଥିଲା । ୬ଟି ଗାଈକୁ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଫାଣ୍ଡି ପୋଲିସ । ଅଟକ ୨ ଜଣ ଓଢ଼ଣା ଗ୍ରାମର ବରୁଣ ବିଶ୍ୱାଳ ଓ ବିଭୁତି ଭୂଷଣ ପାତ୍ର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.