ଲୋଇସିଂହା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କରକଚିଆ ଛକରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିଛି । ଯୁବକ ଜଣକର ନାମ ମଣ୍ଟୁ କରନ ଏବଂ ସେ ବାଦୀମୁଣ୍ଡାର ବୋଲି ଜଣାପଡିଛି । ଆଜି ଭୋର୍ ସମୟରେ ଜଙ୍ଗଲରୁ ତିନି ଜଣ ଯୁବକ ଫେରୁଥିବା ସମୟରେ ବନବିଭାଗ ଯାଞ୍ଚ କରିଥିଲା । ଦୁଇ ଜଣ ଫେରାର ହୋଇଥିବା ବେଳେ ସେନାରେ କାମ କରୁଥିବା ଯବାନ୍ ମଣ୍ଟୁକୁ ପେଟ୍ରୋଲିଂ ଟିମ୍ ଗିରଫ କରିଥିଲା । ମଣ୍ଟୁ ଠାରୁ ବେଆଇନ ବନ୍ୟଜନ୍ତୁ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଏବଂ ଏକ ହୋଣ୍ଡା ବାଇକ୍ ଜବତ୍ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଡ଼ିଏଫ୍ଓ ସମୀର କୁମାର ଶତପଥୀ ।
Prev Post