ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଠାନୁ ମାତ୍ର ୨୭ କିଲୋମିଟର ଦୂର୍ ହେବା ଶିବତଲାର ହରଗୌରୀ ମନ୍ଦିର । ଇ ମନ୍ଦିର ନେ ଅର୍ଦ୍ଧନାରୀଶ୍ୱର କେ ପୂଜା କରାଯାଏସି । ଅର୍ଦ୍ଧନାରୀଶ୍ୱର ହେଉଛନ୍ ଭଗବାନ ଶିବ ଆର୍ ମାତା ପାର୍ବତୀଙ୍କର୍ ଗୁଟେ ରୂପ । ଭକ୍ତ ମାନଙ୍କର୍ ବିଶ୍ୱାସ ରହିଛି ଯେ, ଇ ମନ୍ଦିର କେ ଆସିକରି ଭଗବାନ କେ ଯାହା ମାଗ୍ଲେ ତାହା ପୂରଣ ହେସି । ସେଥିର୍ ଲାଗି ତ କାହିଁ କେତେଦୂର୍ ରୁ ବି ଇ ଜାଗା କେ ଭକ୍ତ ମାନେ ପୂଜା କରି ଆସୁଛନ୍ । ଇନର୍ ପ୍ରାକୃତିକ୍ ସୌନ୍ଦର୍ଯ୍ୟ ଭକ୍ତ ମାନଙ୍କର୍ ମନ୍ କେ ପର୍ଛା କର୍ବାର୍ ସାଙ୍ଗେ ସାଙ୍ଗେ ପାହାଡ୍ ଉପରେ ଥିବାର୍ ଇ ମନ୍ଦିର କେ ଦେଖବାର୍ କେ ବନେ ଉସତ୍ ଲାଗ୍ସି । ଇଠାନେ ଗୁଟେ କୁଣ୍ଡ ରହିଛେ, ଜେନ୍ କୁଣ୍ଡ କି ବଲାଙ୍ଗିରେ ଯେତେ ଖରା ହେଲେ ବି ଆର୍ ପାହାଡର ତାତିର୍ ସତ୍ତ୍ବେ ବି ଇ କୁଣ୍ଡର୍ ପାଏନ୍ କେବେ ନି ଶୁଖେ । ପହେଲା ନୁ ଯେତ୍କି ଥିଲା, ଇହାଛୁନ୍ ବି ସେିତିକି ଏକା ଅଛେ । କୁହାଯାଏସି ଯେ ଇ ମନ୍ଦିର ଇ କୁଣ୍ଡର ପାଏନ୍ ନୁ ଏକା ବନା ଯାଇଛେ ।