shyamal

ସ୍କୁଲରୁ ଫେରିବା ସମୟରେ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ୧ ଆହତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗାଡ଼ିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାରୁ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ବେଲପଡ଼ା ବ୍ଲକ ତେତେଲମୁଣ୍ଡା ହାଇସ୍କୁଲର ୨ ଜଣ ଶିକ୍ଷକ ଓ ୨ ଜଣ ଶିକ୍ଷୟତ୍ରୀ ସବୁଦିନ ଭଳି ଆଜି କାର୍ଯ୍ୟ ସାରି ଗାଡ଼ିରେ ପାଟଣାଗଡ ଫେରୁଥିବା ବେଳେ ହଠାତ୍‌ ମୁଣ୍ଡୋଦର୍ହ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଶିକ୍ଷୟିତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣ ଶିକ୍ଷକ ମନୁ ମେହେର ଏବଂ ବିଷ୍ଣୁ ମେହେରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶିକ୍ଷୟିତ୍ରୀ ମମତା ଭୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

purusottam
Leave A Reply

Your email address will not be published.