ppurohit

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

2nd

ଜରାସିଂହା : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ପ୍ରତିକୃତିରେ ପୁଷ୍ପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଧ୍ୟକ୍ଷ ବସନ୍ତ କୁମାର ମନହିରା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ଏବଂ ବକ୍ତବ୍ୟରେ ଗୁରୁଙ୍କ ମହିମା ବିଷୟରେ ବ୍ୟାଖ୍ୟାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ଗରୁପୂଜନ କରିବା ସଙ୍ଗେ ସଙ୍ଗେ ଏହି ଦିବସର ତାତ୍ପଯ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ, ଧୋବାଇ ଚରଣ ପଟେଲ, ଗୋବିନ୍ଦ ମେହେର, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଚିନ୍ମୟୀ ମିଶ୍ର ଏବଂ କମ୍ପ୍ୟୁଟର ପ୍ରଶିକ୍ଷକ ବାଳଶଙ୍କର ମେହେର ପ୍ରମୁଖ ଗୁରୁଶିଷ୍ୟ ସର୍ମ୍ପକର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.