oom

ନୀଲମ ଫାଉଣ୍ଡେସନ ତରଫରୁ ଗୁରୁଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ ସେକ୍ଟର ୨୦ କୋଏଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନ ତରଫରୁ ପ୍ରତିମା ସାହୁ, ଗ୍ରେସୀ ଡେଭିଡ, ରୂପେଶ ଅଗ୍ରୱାଲ, ଅଶୋକ ଦକ୍ଷିଣରାୟ, ବିଜୟ ସୁନ୍ଦରରାୟ, ଜିତେନ ମହାନ୍ତି, ବିଶ୍ବଜିତ ରାଉତ, ନରେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.