csstore

ନରସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଭାଗୀୟ ଗୃହ କମିଟି ବୈଠକ : ଶୋକ ପ୍ରସ୍ତାବ ଆଗତ ପରେ ଆଗାମୀ କାଲି ପର୍ୟ୍ୟନ୍ତ ସ୍ଥଗିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟର ଭିଡିଓ କନ୍‌ଫରେନ୍ସ ହଲ୍ ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍ କମିଟି ୬ର ବୈଠକ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ, ବୟନ, ସମବାୟ ଏବଂ ଖାଉଟି କଲ୍ୟାଣ ବିଭାଗକୁ ନେଇ ଗଠିତ ହୋଇଥିବା ଏହି ସବ୍ କମିଟି ବୈଠକ ଆଜି ଦିନ ୧୧ଟାରେ ଆରମ୍ଭ ହୋଇଥିଲା । ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖର୍ଜୀଙ୍କ ସ୍ମୃତିରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଶୋକ ବାର୍ତ୍ତା ଦେବା ସହ ସମସ୍ତ ସଭ୍ୟ ଏବଂ ବିଭାଗୀୟ ଅଧିକାରୀ କିଛି ସମୟ ନୀରବ ପ୍ରାର୍ଥନା କରିବା ସଂଗେ ସଂଗେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ ଏବଂ ପରେ ପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଆସନ୍ତା କାଲି ୧୧ଟା ପର୍ୟ୍ୟନ୍ତ ବୈଠକ ସ୍ଥଗିତ କରାଗଲା ବୋଲି ଘୋଷଣା କରିବା ସହ ଆସନ୍ତା କାଲି ଦିନ ୧୧ଟାରେ ସମବାୟ ଏବଂ ଖାଉଟି କଲ୍ୟାଣ ବିଭାଗର ଆଲୋଚନା ହେବ ବୋଲି କହିଥିଲେ । ବୈଠକରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ମନୋହର ରନ୍ଧାରି, ଅରବିନ୍ଦ ଢାଲି, ନିତ୍ୟାନନ୍ଦ ନନ୍ଦ ତଥା ସମସ୍ତ ବିଭାଗୀୟ ସଚିବ ଅନ୍ ଲାଇନ ମାଧ୍ୟମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.