ବର୍ଷା ଋତୁରେ ଆଦିବାସୀପଡା ଗ୍ରାମବାସୀ ହନ୍ତସନ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦେଶ ସ୍ୱାଧୀନ ହେବା ଆଜକୁ ୭୪ ବର୍ଷ ପୂରିଥିଲେ ହେଁ ଗ୍ରାମକୁ ଭଳ ରାସ୍ତା ନ ଥିବାରୁ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ଏହି କି ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ପଡାଗ୍ରାମ ସଇନ୍ତଳା ବ୍ଳକରୁ ମାତ୍ରା ଚାରି କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ କି,ଯେ ବର୍ଷା ଋତୁରେ ଉକ୍ତ ଗ୍ରାମକୁ ଯିବା ପାଇଁ ରାସ୍ତା ଯେପରି କାଦୁଅ ହୋଇଥାଏ, ତାହା ନିଶ୍ଚୟ ବିପଦପୂର୍ଣ୍ଣ । ଉକ୍ତ ରାସ୍ତା ଦେଇ ଗ୍ରାମର ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲକୁ ଯାଇଥାନ୍ତି ଓ ରାଜରାସ୍ତା ମଧ୍ୟ ପଡ଼ିଥାଏ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ଷା ସମୟରେ ଗ୍ରାମକୁ କୈାଣସି ଗାଡ଼ି ଯିବା ଆସିବା ପାଇଁ, ଏପରିକି ମୋଟର ସାଇକେଲରେ ମଧ୍ୟ ସତର୍କତା ଅବଲମ୍ବନ ନ କଲେ ଦୁର୍ଘଟଣା ହେବା ନିଶ୍ଚିତ ଅନୁମାନ କରାଯାଉଛି । କିନ୍ତୁ ଅନ୍ୟ ଋତୁରେ ତାହାର କୈାଣସି ସମସ୍ୟା ହୋଇନଥାଏ । ଉକ୍ତ ଗ୍ରାମରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଳୋକେ ବସବାସ କରୁଛନ୍ତି । ରାଜରାସ୍ଥାରୁ ଗ୍ରାମ ଭିତରେ ଦେଇ ସମରା ଗ୍ରାମକୁ ରାସ୍ତା ସଂଯୋଗ ଥିବାବେଳେ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧା ହେବାକୁ ପଡୁଛି । ତେବେ ଉକ୍ତ ରାସ୍ତା ମରାମତି ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.