ପ୍ରକାଶ ପାଇଲା +୨ କମର୍ସ ଫଳାଫଳ : ଛାତ୍ରୀଙ୍କ ପାସ୍‌ ହାର ଅଧିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିଏଚ୍‌ଏସ୍‌ସି., ଓଡ଼ିଶା ପକ୍ଷରୁ ଆଜି +୨ କମର୍ସ ଫଳାଫଳ ପ୍ରକାଶ ପାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୨୫୭୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯,୩୧୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପାସ୍‌ ହାର ୭୪.୯୫ ପ୍ରତିଶତ ରହିଛି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬,୬୪୮ ଜଣ ଛାତ୍ର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ବେଳେ ପାସ୍‌ କରିଛନ୍ତି ୧୨,୨୧୫ ଜଣ । ସେହିପରି ୯୧୨୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୧୦୩ ଜଣ ପାସ୍‌ କରିଛନ୍ତି । ତେବେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬,୬୧୦ ଜଣ (୩୪.୨%) ଫାଷ୍ଟ କ୍ଲାସ୍‌, ୪୨୫୯ ଜଣ (୨୨%) ସେକେଣ୍ଡ କ୍ଲାସ୍‌, ୮୩୬୧ ଜଣ (୪୩.୩%) ଥାଡର଼୍ କ୍ଲାସ୍‌ରେ ପାସ୍‌ କରିଛନ୍ତି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେମାନଙ୍କ ପାସ୍‌ ହାର ରହିଛି ୮୮.୭୦% । ସବୁଠାରୁ କମ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ଦେବଗଡ଼ ଜିଲ୍ଲାରୁ ଏବଂ ସେମାନଙ୍କ ପାସ୍‌ ହାର ହେଉଛି ୩୪.୧୭% । ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ । ଶହେରୁ ଶହେ ପାସ୍‌ କରିଛନ୍ତି ୨୯ଟି ଏଚ୍‌ଏସ୍‌ ସ୍କୁଲରୁ ଏବଂ ୦୨ଟି ଏଚ୍‌ଏସ୍‌ ସ୍କୁଲର ଫଳାଫଳ ଶୂନ୍ୟ ରହିଛି ।

Leave A Reply

Your email address will not be published.