ଆଜି ଦେଶରେ ୬୪,୫୩୧ ଏବଂ ଓଡ଼ିଶାରେ ୨୫୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଦେଶରେ ୬୪,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ୧୦୯୨ ଜଣଙ୍କ ପ୍ରାଣହାନୀ ଘଟିଛି କରୋନା ସଂକ୍ରମଣରେ । ଓଡ଼ିଶାରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ପୁଣି ସଂକ୍ରମିତ ହୋଇଛନ୍ତି ଗତ ୨୪ ଘଂଟାରେ ୨୫୮୯ ଜଣ । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗିରରୁ ୧, ବୌଦ୍ଧରୁ ୧୬, କଟକରୁ ୨୨୨, ଢେଙ୍କାନାଳରୁ ୨୫, ଗଜପତିରୁ ୩୬, ଗଂଜାମରୁ ୨୪୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୯୫, ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୩୦, କେନ୍ଦ୍ରାପଡ଼ାରୁ ୧୦, କେଉଁଝରରୁ ୫୩, ଖୋର୍ଦ୍ଧାରୁ ୪୬୬, କୋରାପୁଟରୁ ୯୨, ମାଲକାନଗିରିରୁ ୭୩, ମୟୁରଭଂଜରୁ ୧୧୭, ନବରଂଗପୁରରୁ ୩୬, ନୟାଗଡରୁ ୧୧, ନୂଆପଡ଼ାରୁ ୬, ପୁରୀରୁ ୨୩୫, ରାୟଗଡ଼ାରୁ ୨୧୧, ସମ୍ବଲପୁରରୁ ୬୬, ସୋନପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୧୫୫ ଜଣଙ୍କ ପଜିଟିଭ୍‌ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ।

Leave A Reply

Your email address will not be published.