ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କିକ୍ରେଟ ଜଗତର ଉଜ୍ୱଳ ବ୍ୟକ୍ତିତ୍ୱ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି । ଆନ୍ତର୍ଜାତିକ କ୍ରିକେଟ୍‌କୁ ହଠାତ୍‌ ବାଏ ବାଏ କରିଥିବା ଧୋନିଙ୍କ ନେତୃତ୍ୱରେ ଦେଶବାସୀ ତିନୋଟି ଆଇସିସି ଟ୍ରଫି ହାସଲ୍‌ କରି ପାରିଥିବା ବେଳେ ଧୋନିଙ୍କ ୧୬ ବର୍ଷ କ୍ୟାରିଅର୍‌ ମଧ୍ୟରେ ଅନେକ ସଫଳତା ଭରି ରହିଛି ବୋଲି ସେ କହିଛନ୍ତି । ଧୋନିଙ୍କ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ସମୃଦ୍ଧ ଚିନ୍ତାଧାରା ଓ କାର୍ଯ୍ୟପନ୍ଥା ତାଙ୍କୁ ନେତୃତ୍ୱର ଶୀର୍ଷରେ ପହଂଚାଇ ପାରିଛି ବୋଲି ସେ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.