ମହ‌ଙ୍ଗା ପଡ଼ିଲା ଅଶ୍ଳୀଳ ଭିଡିଓ ଭାଇରାଲ : ଯୁବକ ଗିରଫ

ବାଙ୍କୀ : ମହ‌ଙ୍ଗା ପଡ଼ିଲା ଅଶ୍ଳୀଳ ଭିଡିଓ ଭାଇରାଲ । ଏହି ଘଟଣାରେ ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । କୃଷ୍ଣ କିଛିଦିନ ହେବ ଡମପଡ଼ା ବ୍ଲକ ଗୋପାଳପୁରରେ ରହି ସମ୍ପୃକ୍ତା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିବା ବେଳେ ସେ ଅଧିକାଂଶ ସମୟରେ ଭିଡିଓ କଲ କରୁଥିଲେ । କୃଷ୍ଣ ବହୁ ଗୋପନୀୟ ମୁହୂର୍ତ୍ତର ଭିଡିଓକୁ ସଂଗ୍ରହ କରି ମୋବାଇଲରେ ରଖିଥିଲେ । ଏହାପରେ ବାରମ୍ବାର ଯୁବତୀଙ୍କୁ ବାହାରେ ଦେଖା କରିବାକୁ ଅନୁରୋଧ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ । ମାତ୍ର ଯୁବତୀ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କୃଷ୍ଣ ପ୍ରେମରେ ବିଫଳ ହେବାରୁ ଶେଷରେ ମୋବାଇଲରେ ରଖିଥିବା ସମ୍ପୃକ୍ତା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ସୋମବାର ଦିନ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!