ବରଗଡ଼ ପୋଲିସକୁ ମିଳିଲା ସଫଳତା : ୩ ଲୁଟେରା ଗିରଫ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସକୁ ମିଳିଛି ସଫଳତା । ବରଗଡ଼ ସହରର ୫ ନମ୍ବର ୱାର୍ଡରେ ଡକାୟତି ଘଟଣାର ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ୍‌ ଲୁଟେରାମାନ‌ଙ୍କ ଠାରୁ ୧୮.୨୪ ଲକ୍ଷ ଟଙ୍କା ସହ ବହୁ ସୁନା ଗହଣା ଜବତ ହୋଇଥିବା ଜଣାପଡ଼ିଛି । ଏହା ସହ ୨ଟି ଛୁରି, ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ଅଙ୍କିତ ରେଖାନୀଙ୍କ ଘରୁ ଲୁଟ୍‌ ହୋଇଥିଲା ।

Leave A Reply

Your email address will not be published.