ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ବେଲପଡା ପୋଲିସ ପକ୍ଷରୁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲପଡା ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷମାନେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିମାନରୁ ଓହ୍ଲାଇବା ପରେ ସମସ୍ତ ମହିଳାମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ଓ ପରେ ୫ ଟି ସଚିବ ପାଣ୍ଡିଆନ ସମସ୍ତଙ୍କ ସହ ମିଶି ହାତ ମିଳାଇବା ସହ ଲୋକଙ୍କ ବିଭିନ୍ନ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିଲେ । ତା’ପରେ ତାଙ୍କର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହ ଅଭିଯୋଗ ପତ୍ରର ସାତ ଦିନ ଭିତରେ ସମାଧାନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ, ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଥା ସମସ୍ତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏପରି ସୁବ୍ୟବସ୍ଥାକୁ ଦେଖି ବେଲପଡା ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇ ସଭାରୁ ବିଦାୟ ନେଇଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ ।

Leave A Reply

Your email address will not be published.