ବଲାଙ୍ଗିର ଭୁଲିଆ ସମାଜ କେନ୍ଦ୍ର ବୋର୍ଡ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ମେହେର ସମାଜ ଧର୍ମଶାଳା ଠାରେ ବଲାଙ୍ଗିର ଭୁଲିଆ ମେହେର ସମାଜ କେନ୍ଦ୍ର ବୋର୍ଡ ଅର୍ନ୍ତଭୁକ୍ତ ସମସ୍ତ ଆଂଚଳିକ ବୋର୍ଡର ଭୁଲିଆ ପରିବାରମାନଙ୍କୁ ନେଇ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । କେନ୍ଦ୍ର ବୋର୍ଡର ସଭାପତି ହରେକୃଷ୍ଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନୀତ ଅତିଥି ରୂପେ ଅରୁନ୍ଧତି ଗ୍ରୁପର ମୁଖ୍ୟ ବ୍ରହ୍ମାନନ୍ଦ ମେହେର, ମୁଖ୍ୟ ବକ୍ତା ରୂପେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଏଲୋରା ମିଶ୍ର ଏବଂ କେନ୍ଦ୍ର ବୋର୍ଡର କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ମେହେର, ଉପ-ସଭାପତି ଡା. ଲମ୍ବୋଦର ମେହେର ଏବଂ ପ୍ରଫୁଲ୍ଲ ମେହେର, ସଂପାଦକ ବାସୁଦେବ ମେହେର, ଯୁଗ୍ମ ସଂପାଦକ ଶଶାଙ୍କ ଶେଖର ମେହେର, ମୁଖ୍ୟ ଉପଦେଷ୍ଟା ଅମର ସିଂ ମେହେର, ଭୁଲିଆ ଧର୍ମଶାଳା ପରି·ଳନା ସମିତି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମେହେର, କୋଷାଧ୍ୟକ୍ଷ ନବୀନ କୁମାର ମେହେର ମଂଚାସିନ ଥିଲେ । ଉକ୍ତ ସମାରୋହରେ ବିଭିନ୍ନ ଆଂଚଳିକ ବୋର୍ଡର କର୍ମକର୍ତ୍ତା ଏବଂ ବଲାଙ୍ଗିର ପୌରାଂଚଳର ଭୁଲିଆ ପରିବାର ଯୋଗ ଦେଇ ଜୟନ୍ତୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଡା. ଲମ୍ବୋଧର ମେହେର, ବାସୁଦେବ ମେହେର ଏବଂ ଶ୍ରାବଣୀ ମେହେରଙ୍କ ସଂଯୋଜନାରେ ଗଙ୍ଗାଧର ସାହିତ୍ୟଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ଗଙ୍ଗାଧର ସାହିତ୍ୟର ସମାଜ ପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିବା ସହ ଭୁଲିଆ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ କାମନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମେହେର ଭୁଲିଆ ସମାଜର ବିକାଶ ପାଇଁ ମାର୍ଗ ଦର୍ଶନ କରିଥିଲେ ଏବଂ ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ରଙ୍କ ସ୍ୱରଚିତ ସ୍ୱଭାବ କବି ଗଙ୍ଗାଧର ପୁସ୍ତକର ଉନ୍ମୋଚନ କରାଯାଇଥିଲା । ପରିଶେଷରେ କେନ୍ଦ୍ର ବୋର୍ଡର କୋଷାଧ୍ୟକ୍ଷ ନବୀନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.