ଓସିଏ ଭିଜନ ୨୦୨୪ : ଗାନ୍ଧିନଗର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଗାନ୍ଧିନଗର ଦଳ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ କଣ୍ଟାବାଞ୍ଜି ଦଳ ଓ ଗାନ୍ଧିନଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୪୧.୫ ଓଭରରେ ସମସ୍ତ ୱିକେଟ ହରାଇ ୧୭୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ଜିତେଶ ବର୍ଗର୍ତ୍ତୀ ସର୍ବାଧିକ ୫୯ ରନ୍ ଓ ରୁପେଶ ପଟେଲ ୩୩ ରନ୍ କରିଥିଲେ । ଗାନ୍ଧିନଗର କ୍ରିକେଟ ଦଳ ତରଫରୁ ସୋମେଶ୍ୱର ସାହୁ ସର୍ବାଧିକ ୪ଗୋଟି ଓ ଆଶୁତୋଷ ବାଗ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୭୭ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଗାନ୍ଧିନଗର କ୍ରିକେଟ ଦଳ ୩୮.୨ ଓଭରେ ୪ ‌ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ୬ ଓ୍‌ୱିକେଟରେ ବିଜୟୀ ହୋଇଥିଲେ । ଗାନ୍ଧିନଗର ଦଳ ତରଫରୁ ସ୍ୱେତ ବଢ଼ିଆ ସର୍ବାଧିକ ୬୨ ରନ୍ ଓ ଟୁନା ମିଶ୍ର ଅପରାଜିତ ୪୪ ରନ୍ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ଅବିନାସ ଶର୍ମା ଓ ସୁଶାନ୍ତ ପଟେଲ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଗାନ୍ଧିନଗର ଦଳର ସୋମେଶ୍ୱର ସାହୁଙ୍କୁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ରଜତ କୁମାର ଦାଶ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.