ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଝରଣି ପଂଚାୟତ ସରପଂଚଙ୍କ ମାଡ ମାରିବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମ ସମାଜ ଦ୍ୱାରା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଂଚାୟତ ସରପଂଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣଷର ବ୍ୟକ୍ତି ଖବର ସଂଗ୍ରହ ବେଳେ ଗତ ତା. ୧୬.୯.୨୦୨୦ରିଖ ଦିନ ରାମୁଡ ଗ୍ରାମରେ ଆକ୍ରମଣ କରି ମାଡ ମାରିବା ସହିତ କ୍ୟାମେରା ଓ ବୁମ ଭାଙ୍ଗି ଦେଇଥିଲେ । ଏହି ଘଟଣା ଉପରେ ତୁରେକେଲା ଥାନାରେ ପାଣିଗ୍ରାହୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ନାମରେ ଏକ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗ ଉପରେ ତୁରେକେଲା ପୋଲିସ ତଥା ଜିଲ୍ଲା ପ୍ରଶାସନ ଘଟଣାର ୭ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏପରିକି ଏହି ଆକ୍ରମଣ ଉପରେ ବିଭିନ୍ନ ଅନୁଷ୍ଠାନ ସହିତ ସାମ୍ବାଦିକ ସଂଘ ଗୁଡିକ ମଧ୍ୟ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀପତ୍ର ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଟାବାଂଜି ନିର୍ବାଚନ ମଣ୍ଡଳୀ ବ୍ରହ୍ମ ସମାଜ ମଧ୍ୟ ଆଜି ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାର ଅଶୋକ ମାଝିଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି । ବ୍ରହ୍ମ ସମାଜ ସଭାପତି ଦଣ୍ଡପାଣି ହୋତା, ଉପସଭାପତି ଛନ୍ଦାଚରଣ ମିଶ୍ର, ସଂପାଦକ ଗୌରଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ସାମାଜିକ କର୍ମୀ ଦାବୀପତ୍ର ପ୍ରଦାନ କରିଛନ୍ତି । ଏପରିକି ଝରଣି ପଂଚାୟତର ରାମୁଡ ଗ୍ରାମର ପ୍ରବାସୀ ଶ୍ରମିକ କ୍ୱାରେନ୍‌ଟାଇନ ଓ ମନରେଗା ପଇସା ପାଇ ନଥିବା ମଧ୍ୟ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସହ ସରପଂଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହିତ ସାମ୍ବାଦିକ ସୁରକ୍ଷା ପାଇଁ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.