pr

ବଲାଙ୍ଗିର ରାମଲୀଳା ଆଦ୍ୟକାଣ୍ଡ ଆରମ୍ଭ : ରାମଙ୍କ ମିଥିଲା ଗମନ

dr. purohit
  • ଡା. ରୁଦ୍ର ପଟେଲ ଶିବଙ୍କ ଭୂମିକାରେ ଲୋକଙ୍କ ମନ ଜିଣିଥିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ରାମଜୀ ନାଟ୍ୟ ସଂସଦର ପ୍ରଥମ ଦିବସରେ ରାମଲୀଳାରେ ବିଶ୍ୱାମିତ୍ର, ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯଜ୍ଞ ରକ୍ଷା ନିମନ୍ତେ ଦଶରଥଙ୍କଠୁଁ ନେଇ ତାଡକା ବଧ, ମାରୀଚ ଓ ସୁବାହୁ ସହିତ ଯୁଦ୍ଧ, ଅହଲ୍ୟା ତାରଣ ସହିତ ଗଙ୍ଗାନଦୀ ପାରି କରି ମିଥିଳାରେ ପ୍ରବେଶ ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ କଳାକାରମାନଙ୍କ ସହଯୋଗରେ ରାମଲୀଳାର ନାଟକକୁ ରାମ ପ୍ରେମୀ ଓ ଶ୍ରଦ୍ଧାଳୁ ରାମଲୀଳା ନାଟକ ସରିବା ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ । ଲୀଳାଗୁରୁ ବାଳମକୁନ୍ଦ ବେହେରା କଣ୍ଠରେ ସଦାଶିବ ରଚିତ ରାମଲୀଳା ଗାୟନ କରୁଥିବା ବେଳେ କଣ୍ଠଶିଳ୍ପୀ ଶ୍ରୀୟା ପଟେଲ ବିଭିନ୍ନ ଗୀତ ପରିବେଷଣ କରିଛନ୍ତି । ପ୍ରଥମେ ରାମଙ୍କ ବନ୍ଦନା ସହ ଆରମ୍ଭ ହୋଇଥିବା ବେଳେ ରାମ ଭୂମିକାରେ ଶୈଳିନ ବାବୁ, ସୀତା ଭୂମିକାରେ ମାନସ ସାହୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ଶିବ ଭୂମିକାରେ ରୁଦ୍ରନାରାୟଣ ପଟେଲ, ପାର୍ବତୀ ଶ୍ରୀତମ ପଟେଲ, ବ୍ରହ୍ମା ଶଙ୍କର୍ଷଣ ସାଏ, ବଶିଷ୍ଠ ସୁବ୍ରତ ପଟ୍ଟନାୟକ, ଦଶରଥ କୁମୁଦ ରଞ୍ଜନ ନାଏକ, ବଶିଷ୍ଟ ଅରୁଣ ରାଉତ, କୌଶଲ୍ୟା ନରେନ୍ଦ୍ର ନିଆଲ, କୈକେୟୀ ଚୈତନ୍ୟ ମଟାରୀ, ସୁମିତ୍ରା କ୍ଷେତ୍ରମଣି ବନଛୋର, ତାଡକି ଆସୁରୁଣି ଘନଶ୍ୟାମ ସାଏ, ସବାହୁ / ସୁମନ୍ତ ଘୁଣ୍ଡୁଗୋପାଳ ମିଶ୍ର, ମାରୀଚ/ ଦୂତ ବିଜୁ ନାଏକ, ବିଭିନ୍ନ ଋଷି ରାକେଶ ଓ ସତ୍ୟ ଚୋପଦାର, ନାଉରୀ ସୁବାଷ ସାଏ ଓ ସାରଥୀ ପଟେଲ, ଅହଲ୍ୟା / ସଖୀ ଦୁଷ୍ମନ୍ତ ପଟେଲ, ସଖି ରାମ ପ୍ରସାଦ, କୁଳଦୀପ ଥିଲେ । ଶନିବାର ଦ୍ୱିତୀୟ ଦିନରେ ସୀତା ବିବାହ ସହିତ ପର୍ଶୁରାମ ଭେଟ ହେବାର କାର୍ଯ୍ୟ ମଂଚସ୍ଥ ହେବ । ରବିବାର ଦିନ ଅଯୋଧ୍ୟା କାଣ୍ଡରେ ରାମ ବନବାସ ପ୍ରଦର୍ଶନ ହେବ ।

nrusinghnath
Leave A Reply

Your email address will not be published.