oum

ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

jsm

ମାଲକାନାଗିରି : ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କରିଛ‌ନ୍ତି ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନାଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ୨ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାସ୍ଥଳରେ ମାଓବାଦୀମାନେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.