pr

ଟିଟିଲାଗଡ ବିକାଶ ସେନା ତରଫରୁ ଫ୍ରି ସେନିଟାଇଜେସନ୍‌ କାର୍ଯ୍ୟକ୍ରମ

dr. purohit

ଟିଟିଲାଗଡ଼, (ଗୌରବ ଦର୍ଜି) : ଟିଟିଲାଗଡରେ କୋରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସହରର ସବୁ ୱାର୍ଡରୁ ପ୍ରତିଦିନ କିଛି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଯେଉଁ ଅଂଚଳରୁ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ଏବଂ ଜନସାଧାରଣ ଉକ୍ତ ଅଂଚଳକୁ ତୁରନ୍ତ ବିଶୋଧନ କରିବାକୁ ଦାବୀ କରୁଛନ୍ତି । କିନ୍ତୁ ପ୍ରଶାସନ ତରଫରୁ କୌଣସି ସହାୟତା ପ୍ରଦାନ କରାଯାଉନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିକାଶ ସେନା ନିଜ ସାମାଜିକ ଦାୟିତ୍ଵକୁ ନିର୍ବାହ କରି ଗତ ସେପ୍ଟେମ୍ବର ୨୧ ତାରିଖରୁ ଟିଟିଲାଗଡ ସହରର ବିଭିନ୍ନ ସାମୁହିକ ସ୍ଥଳ ଯଥା ବିଭିନ୍ନ ସରକାରୀ କାର୍ୟ୍ୟାଳୟ, ସମସ୍ତ ଏଟିଏମ୍ ତଥା ବିଭିନ୍ନ ୱାର୍ଡରେ କୋରୋନା ଆକ୍ରାନ୍ତଙ୍କ ଘର ତଥା ଆଖପାଖ ଅଞ୍ଚଳକୁ ନିଃଶୁଳ୍କ ବିଶୋଧନ କରୁଛନ୍ତି ।

ବିଗତ ଚାରି ଦିନରେ ୫୦ରୁ ଅଧିକ ଘରକୁ କମିଟି ତରଫରୁ ବିଶୋଧନ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏହି କାର୍ୟ୍ୟକ୍ରମ ଜାରି ରହିବ ତଥା ବିଭିନ୍ନ ଗ୍ରାମାଞ୍ଚଳକୁ ମଧ୍ୟ ଯାଇ ବିଶୋଧନ କରାଯିବା ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି । କମିଟି ସଭାପତି ଇଂ. ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଚାଲିଥିବା ଏହି କାର୍ୟ୍ୟକ୍ରମରେ ଯୁବ ସମାଜସେବୀ ରାମୁ ଷଡ଼ଙ୍ଗୀ ସମସ୍ତ ସ୍ଥାନ ବିଶୋଧନ କରୁଛନ୍ତି ।

କମିଟିର ଅନ୍ୟାନ୍ୟ ସଦସ୍ୟ ଯଥା ଚନ୍ଦନ ପଣ୍ଡା , ଅଭିନାଶ ବଗର୍ତ୍ତୀ, ଧନୀରାମ ବେହେରା, ସମୀର ମନହୀରା, ଭକ୍ତ ବାଗ, ଆରବାଜ୍ ଖାନ୍ , ଆସିଫ୍ ଖାନ୍, ସିକୁନ ପଣ୍ଡା, ଦୁର୍ଗା ମହାନନ୍ଦ, ପ୍ରିନ୍ସ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ । ତେବେ ଆଗାମୀ ଦିନରେ ମଧ୍ୟ ଏହି କାର୍ୟ୍ୟକ୍ରମ ଜାରି ରହିବ ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

nrusinghnath
Leave A Reply

Your email address will not be published.