- କ୍ରୀଡା ଛାତ୍ରାବାସକୁ ହରାଇ ନକଟାସର ଫାଇନାଲରେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳପଡିଆଠାରେ ଜବାହାରଲାଲ ଫୁଟ୍ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳରେ ନକଟାସର୍ ଦଳ ୩-୦ ଗୋଲରେ କ୍ରୀଡା ଛାତ୍ରାବାସ ବଲାଙ୍ଗିରକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିଦ୍ ଚଗଲା ପରିଚ୍ଛା, ସମ୍ମାନିତ ଅତିଥି ରୂପେ ଢୁଲୁସର ପ୍ରାଥମିକ ବିଦ୍ୟାଳୟର ସଭାପତି ନମିତା ରଣା, ସୋହେଲା ଅରବିନ୍ଦ ଶିକ୍ଷାଶ୍ରମର ବରିଷ୍ଠ ଶିକ୍ଷକ ସଂଜୀବ ରଣା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ଶରତ ନନ୍ଦ, ଲୋକନାଥ କୁମୁରା, ରାଜ କୁମାର କୁମୁରା, ଉମେଶ ରଣା ମଂଚାସୀନ ଥିଲେ । ଖେଳକୁ ରେଫରି ଭାବେ ସଂଜୀବ ମହାରଣା, ସୁଧାଂଶୁ ସେଠ, ପୁରୁଷୋତ୍ତମ ବୁଡେକ ଓ ଜଳନ୍ଧର ସାହୁ ପରିଚାଳନା କରିଥିଲେ । ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବରେ ନକଟାସର ଦଳର ସର୍ଜନ ପୁଟେଲଙ୍କୁ ପୁରସ୍କୃତ କରାଯାଇଥିଲା । ପିଣ୍ଟୁ କଅଁର, କରନ ଦଣ୍ଡସେନା, ଲମ୍ବୋଦର ମାଝି, ସଂଜୟ ଥନାପତି, ମୁକେଶ ବଢେଇ, ଭାଗିରଥି କଅଁର, ଦଳଗଞ୍ଜନ ମହାଲିଙ୍ଗ, ଦୀପକ ବେହେରା, ପ୍ରଶାନ୍ତ ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ । ୧୬ ତାରିଖ ବୁଧବାର ସମଲେଶ୍ୱରୀ କ୍ଲବ ବଲାଙ୍ଗିର ବନାମ୍ କାଲସାଏପାଲି ମଧ୍ୟରେ ଖେଳ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।