oom

ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା ସମାରୋହ

jsmm

ଭବାନୀପାଟଣା, (ହେମ‌ନ୍ତ ସାହୁ) : ସ୍ୱାସ୍ଥ୍ୟ ମଣିଷର ସବୁଠୁ ଦାମିକିଆ ସମ୍ପତ୍ତି । ଉତ୍ତମ ସ୍ୱାସ୍ଥ୍ୟ ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ । ତେବେ ଫିଟ ଇଣ୍ଡିଆ କାର୍ୟ୍ୟକ୍ରମ କିଶୋର ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଅତିଥି ମାନେ ମତପ୍ରକାଶ କରିଛନ୍ତି । ସମଗ୍ର ଶିକ୍ଷା କଳାହାଣ୍ଡି ତରଫରୁ ସ୍ଥାନୀୟ ମ୍ୟୁନସିପାଲ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଫିଟ ଇଣ୍ଡିଆ ସଚେତନତା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଆଇପିଇ ମହେନ୍ଦ୍ର ପଣ୍ଡା, ମ୍ୟୁନସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ଜନଜାତି ଶିକ୍ଷା ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ମଂଚାସୀନ ଥିଲେ । ସଭାପତିତ୍ୱ କରିଥିଲେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ। ଆଇପିଇ ମହେନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ ଶ୍ରଦ୍ଧାଞ୍ଜଳି ଦାଶ । ଏହି କାର୍ୟ୍ୟକ୍ରମରେ ଫିଟ ଇଣ୍ଡିଆ କାର୍ୟ୍ୟକ୍ରମକୁ ସଫଳ ରୂପାୟନ କରିଥିବା ଜିଲ୍ଲାର ୫୨ଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରମାଣପତ୍ର ଓ ଏକ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମରେ ଅଜିତ ପ୍ରଧାନ, ବିଶ୍ୱଜିତ ରାଏ, ପ୍ରଫୁଲ୍ଲ ଠାକୁର, ପ୍ରତାପ ପଣ୍ଡା, ଅମିତ ଜାଲ, ଯୋଗେଶ୍ୱର ମାଝୀ, ଭାରତ ସାହୁ, ସଞ୍ଜୟ ମିଶ୍ର, ତ୍ରିନାଥ କୁମାର, ଡିପିସି ଅଫିସର କର୍ମକର୍ତ୍ତା ସହଯୋଗ କରିଥିଲେ । ଏଥିରେ ସମସ୍ତ ୫୨ଟି ସ୍କୁଲର କ୍ରୀଡା ଶିକ୍ଷକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.