csstore

ଏକାଠି ହୋଇ ନୂଆଁ ଖାଇଲେ ୮୫ରୁ ଅଧିକ ସଦସ୍ୟ

ସଇଁନ୍ତଲା,(ଅଜିତ କୁମାର ସାହୁ) : ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ଵ ନୂଆଁଖାଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବେଲଗାଁ ପଞ୍ଚାୟତ କୁସମଖାଲ ଗ୍ରାମର ମାଝିପଡା ଗିରିଧାରୀ ମାଝୀଙ୍କ ୮୫ ରୁ ଅଧିକପରିବାର ଲୋକେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟି ରେ ରଖି ଏକାଠି ହୋଇ ନୂଆଁଖାଇ ପାଳିଛନ୍ତି ।ବିଲରୁ ଧାନ ଆଣି ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ଭୋଗ ଲାଗିବା ପରେ ସପରିବାର ଏକତ୍ରିତ ହୋଇ ନୁଆଁଖାଇ ଥିଲେ। ଲୋକେ କରୋନା ଯୋଗୁଁ ନିଜ ନିଜ ଘରେ ରହି ଥିବା ବେଳେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିବା ଘରର ସଦସ୍ୟମାନେ ଘରକୁ ନ ଫେରିବା ପରେ ତାହା ସବୁ ଫିକା ଫିକା ଲାଗୁଛି ଗାଁ ଗୁଡ଼ିକ। ନୂଆଁ ଖାଇବା ପରେ ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିଥିଲେ। ତେବେ ଏହି ଗଣପର୍ଵ ଦୀର୍ଘ ବର୍ଷରୁ ଆସୁଥିବା ବେଳେ ଧୁମଧାମରେ ମଧ୍ୟ ଏହି ବର୍ଷ ନୁଆଁ ଖାଇ ଆଗରେ ହାର ମାନିଲା କରୋନା ମହାମାରୀ । ନୁଆଁ ଚୁଡାକୁ କୁରେଇ ପତ୍ରରେ ଆଣି ନିଜ ଘର ର ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ପରିବାରର ସଦସ୍ୟ ମାନେ ଏକାଠି ହୋଇ ନୁଆଁଖାଇ ଥିଲେ।ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଗାଁ ଗୁଡିକରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଜୁହାର ଭେଟଘାଟ ମଧ୍ୟ ଲୋକ ହୋଇଥିଲେ।ଏହି ମହାନ ଗଣପର୍ଵ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର।ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହି ପର୍ଵ କେବଳ ପରିବାର ମଧ୍ୟ ରେ ସୀମିତ ରହି ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ନୁଆଁଖାଇ ଭେଟଘାଟ ସାସ୍କୃତିକ କାର୍ଯ୍ୟକ୍ରମ ଦେଖି ବାକୁ ନ ମିଳୁଥିବା ବେଳେ ଏବେ ଗାଁ ଠୁ ସହର ଫିକା ଫିକା ଲାଗୁଛି।ଓ ଏଥିରେ କିଶନ ମାଝୀ, ଧାର ମାଝୀ,ଅଲେଖ ମାଝୀ, ରାଧୁ ମାଝୀ, ହେମକାନ୍ତ ମାଝୀ,ଉଜଳ ମାଝୀ,ଶଙ୍କର ମାଝୀ, ମକୁନୁ ମାଝୀ ପରିବାର ପ୍ରମୁଖ ସଦସ୍ୟ ମାନେ ସହଯୋଗ କରି ଭାଇଚାରର ପର୍ବ ନୁଆଁଖାଇକୁ ଏକାଠି ହୋଇ ନୁଆଁ ଖାଇ ଥିବା ବେଳେ ଉତ୍ସବ ମୁଖ ହୋଇଥିଲା।

jayashree
Leave A Reply

Your email address will not be published.