ବଲାଙ୍ଗିର ପୌରାଂଚଳରୁ ୧୫ ଜଣଙ୍କ ସହ ଆଜି ବଲାଙ୍ଗିର ଜିଲ୍ଲାରେ ୬୨ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରୁ ୧୫ ଜଣଙ୍କ ସହ ଆଜି ଜିଲ୍ଲାରେ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସଂପୃକ୍ତ ପୌରାଂଚଳର କଲେଜଛକରୁ ୨, ପେଲେସଲାଇନ୍‌ରୁ ୩, ରିଜର୍ଭ ପୋଲିସରୁ ୧, ଠିକାଦାରପଡ଼ାରୁ ୧, ମାଲପଡ଼ାରୁ ୧, ସିଭିଲ୍‌କୋର୍ଟ ପଛପଟରୁ ୧, ରୁଗୁଡ଼ିପଡ଼ାରୁ ୧, ଟିକ୍ରାପଡ଼ାରୁ ୪ ଓ ଗାନ୍ଧିନଗରପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳର ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୬, ବଲାଙ୍ଗିର ବ୍ଲକ୍‌ ମାଧିଆପାଲିରୁ ୧, ଲୋଇସିଂହା ବ୍ଲକ୍‌ ମନହୀରାରୁ ୧, ଲୋଇସିଂହାରୁ ୧, ବଲାଙ୍ଗିର ବ୍ଲକ୍‌ ବରକାନୀରୁ ୧ ଓ ତୁଲଣ୍ଡିରୁ ୧, ଆଗଲପୁର ବ୍ଲକ୍‌ କୁଟାସିଂହାରୁ ୧, ପାଟଣାଗଡ଼ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋରରୁ ୧, ଦେଓଗାଁ ବ୍ଲକ୍‌ ଫଟାମୁଣ୍ଡାରୁ ୧, ଦେଓଗାଁ ବ୍ଲକ୍‌ ନୂଆପାଲିରୁ ୪ ଓ ମହଲେଇରୁ ୧, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ାରୁ ୯, ପୁଇଁନ୍ତଲା ବ୍ଲକ୍‌ ପିପିଡର଼୍ାରୁ ୧, କଂଟାବାଂଜିରୁ ୭, ଟିଟିଲାଗଡ଼ ବ୍ଲକ ତୁର୍ଲାରୁ ୧, ସଇଁନ୍ତଲାରୁ ୧ ଓ ସାନ୍‌ଟୁପେର୍‌ରୁ ୨, ଟିଟିଲାଗଡ଼ରୁ ୨, ବଲାଙ୍ଗିର ସଦରରୁ ୧, ଗୁଡ଼ଭେଲା ବ୍ଲକ୍‌ ଭୂଆପଡ଼ାରୁ ୧ ପଜିଟିଭ୍‌ ଜଣାପଡ଼ିଛନ୍ତି । ଜଣେ ପୁରୁଷ କୋଭିଡ଼ ଯୋଦ୍ଧା ମଧ୍ୟ ଆଜି ସାମିଲ୍‌ ଅଛନ୍ତି ଆକ୍ରାନ୍ତ ତାଲିକାରେ ।

Leave A Reply

Your email address will not be published.