ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା : ୩ ମୃତ, ୬ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅଟୋ ଓ ବାଇକକୁ ପିଟିଲା ଆର୍ଟିକା । ୩ ମୃତ ୬ ଗୁରୁତର । ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ । ବାଲାଙ୍ଗିର ପଟରୁ ଆସି ବଡବହାଲି ଛକ ନିକଟରେ ରାସ୍ତା କଡରେ ଏକ ବାଇକ ଆରୋହୀ ସହ କଥା ହେଉଥିବା ସମୟରେ ସୋନପୁରରୁ ବଲାଙ୍ଗିରକୁ ଯାଉଥିବା ଏକ ଆର୍ଟିଗା କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସେହିଭଳି ବାଇକ୍ ଆରୋହୀ ମଧ୍ୟ ଗୁରୁତର ହୋଇଛି । ମୃତକମାନେ ସମସ୍ତେ ବଲାଙ୍ଗିର ଜିଲ୍ଲା ରାଘୁପାଲି ଅଂଚଳର ବୋଲି ଜଣାପଡିଛି । ସବୁଦିନ ଭଳି ଆଜି ମଧ୍ୟ ରାଘୁପାଲି ଅଂଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରୀକରିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଆର୍ଟିଗା ଗାଡି ଚାଳକ ଘଟଣାସ୍ଥଳରୁ ଫେରାର୍ ମାରିଥିଛି । ଗାଡି ଭିତରୁ ସଂଘମିତ୍ରା ସୁନା, ଇନିସ୍ପେକ୍ଟର ଲେଖାଥିବା ଏକ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳି ପାରିନାହିଁ ।

Leave A Reply

Your email address will not be published.