ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଭାଲୁମୁଣ୍ଡ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖୀବ ମିଳିଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍‌ । ବିଳମ୍ଵିତ ରାତିରେ ଚିକିତ୍ସା ନିମନ୍ତେ କେନ୍ଦୁଝରରୁ କଟକ ଯାଉଥିବା ବାଟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗ୍ରାମର ଭିକାରିବର ପ୍ରଧାନ ଓ ସୁଚିସ୍ମିତି ଦାସ ମଙ୍ଗଳବାର ବିଳମ୍ବିତ ରାତିରେ ଭିକାରିଙ୍କ ଚିକିତ୍ସା ନିମନ୍ତେ କଟକ ଯାଉଥିଲେ । ଏହି ସମୟରେ କାମାକ୍ଷାନଗର ଭାଲୁମୁଣ୍ଡା ଗ୍ରାମ ନିକଟରେ ଭାରସମ୍ୟ ହରାଇ କାର୍‌ଟି ରାସ୍ତା ତଳକୁ ଖସି ଏକ ପଥରରେ ପିଟି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ୍‌ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଛନ୍ତି । ସୁଚିସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍‌ରେ ଡ୍ରାଇଭର ସମେତ ମୋଟ ୫ ଜଣ ଥିବା ବେଳେ ଅନ୍ୟ ୩ ଜଣ ସୁରକ୍ଷିତ ଥିବା ଜଣାପଡିଛି ।

Leave A Reply

Your email address will not be published.