ଉପଖଣ୍ତ ଚିକିତ୍ସାଳୟରେ ଡ୍ରାଏ ରନ୍ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟର ଏମ୍‌ସିଏଚ୍‌ ବିଡିଂ ପରିସର ମଧ୍ୟରେ କୋଭିଡ ଟୀକାକରଣ ପାଇଁ ଡ୍ରାଏ ରନ୍ କାର୍ୟ୍ୟକ୍ରମ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଛି । ଏହି ଡ୍ରାଏ ରନ୍‌ରେ ୧୫ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିୟମାବଳୀ ଅନୁଯାୟୀ ପ୍ରବେଶ ଦ୍ବାରରେ ଥର୍ମାଲ ସ୍ମାନିଂ, ହାତ ସାନିଟାଇଜ ସହିତ ପରିଚୟ ପତ୍ର ଯାଞ୍ଚ କରି ରେଜିଷ୍ଟ୍ରିଭୁକ୍ତ ମୋବାଇଲରେ ଡ୍ରାଏ ରନ ସମ୍ବନ୍ଧୀୟ ବାର୍ତ୍ତାକୁ ନିରୀକ୍ଷଣ କରାଯାଇ ବିଶ୍ରାମ ଗୃହକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ଡ୍ରାଏ ରନ୍‌ ପାଇଁ ବିଶ୍ରାମଗୃହ, ଟୀକାକରଣ ଗୃହ, ନୀରକ୍ଷଣ ଗୃହ ପ୍ରଭୃତି ପୂର୍ବରୁ ପ୍ରସ୍ତୁତ କରାଯାଇ ଆବଶ୍ୟକୀୟ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରଥମେ ଉପଖଣ୍ତ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ ଡ୍ରାଏ ରନ ଟୀକାକରଣରେ ଭାଗ ନେଇ ଏହି କାର୍ୟ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ଜମଲା ପିଏଚସି.ର ଡା ତ୍ୟାଗରାଜ ସିଂଙ୍କ ସମେତ ଅନ୍ୟାନ୍ୟ ଚିକିତ୍ସାଧିକାରୀ ଏବଂ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.