oom

ଜିଲ୍ଲାସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ ପାଳିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ-୨୦୨୪ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ ଆଲୁମିନିୟମ ତରଫରୁ ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ପାଳନ କରାଯାଇଛି । ଏହି ଅବସରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନ ହଲ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀହାରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ,ଡା ରାକେଶ ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଭବାନୀ ଶଙ୍କର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଏଜିଏମ୍, ବେଦାନ୍ତ ସୁଜିତ୍ ସାହୁ, ସଚିନ ତୁଙ୍ଗେ, ସିଏସ୍‌ଆର୍, ବେଦାନ୍ତ, ଦିଲୀପ ପ୍ରଜାପତି, ମୁଖ୍ୟ ବକ୍ତା ଭାବେ ସତ୍ୟନାରାୟଣ ମହାପାତ୍ର ଯୋଗଦେଇ ବିଶ୍ୱ ଏଡ୍‌ସ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଡ୍‌ସ ଭଲି ଏକ ଦୁରାରୋଗ୍ୟ ବ୍ୟାଧିରୁ ବିଶେଷ କରି ଯୁବପିଢ଼ି ଛାତ୍ରଛାତ୍ରୀ କିପରି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷା କରାଯାଇ ପାରିବ ସେ ଦିଗରେ ବ୍ୟାପକ ସଚେତନତାର ଆବଶ୍ୟକତାର ଗୁରୁତ୍ୱ ଥିବା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଣ୍ଡା ମାରାତ୍ମକ ରୋଗ ଏଡ୍‌ସର କାରଣ ଓ ତାର ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ । ନିଜକୁ ସୁସ୍ଥ ରଖିବା ସହିତ ଏକ ନିରୋଗ ଓ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ପାଇଁ ଯୋଗର ଆବଶ୍ୟକତା ଥିବା ଡା. ପଣ୍ଡା କହିଥିଲେ । ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ଏଚ୍‌ଆଇଭି, ଏଡ୍‌ସ ପରାମର୍ଶଦାତା ରାମଚନ୍ଦ୍ର ବସନ୍ତିଆ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ରାମଚନ୍ଦ୍ର ବସନ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.