ବିଶ୍ୱ ରୋଷେଇ ଘର ଉଦ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୫ ଅଗଷ୍ଟ ବିଶ୍ଵ ରୋଷେଇ ଘର ଉଦ୍ୟାନ ଦିବସ, ଯାହା ମାସର ଶେଷ ରବିବାରରେ ପାଳନ ହୋଇଥାଏ । ସାଙ୍କେତିକ ଭାବରେ, ଗ୍ରୀଷ୍ମ ଋତୁର ଶେଷ ସମୟକୁ ଏହା ପ୍ରତିପାଦିତ କରେ । ଏହି ପାଳନ ହେଉଛି ଅଳ୍ପ ପରିମାଣରେ ଉତ୍ପାଦିତ ଖାଦ୍ୟର ବାର୍ଷିକ, ବିକେନ୍ଦ୍ରୀକରଣ ବ୍ୟବସ୍ଥା । ନିଜ ପରିବାର, ବନ୍ଧୁ ସ୍ୱଜନଙ୍କ ସହିତ ସ୍ଥାନୀୟ ଭାବରେ ନିଜ ଗୃହ ପରିସରରେ ଆଦାୟ କରାଯାଇଥିବା ପନି ପରିବା ଖାଦ୍ୟର ଅନେକ ଲାଭକୁ ପାଳନ କରିବା ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରେ । ୨୦୦୩ ରେ କିଚେନ୍ ଗାର୍ଡେନର୍ସ ଇଣ୍ଟରନ୍ୟାସନାଲ୍ ସଂଗଠନ ଦ୍ୱାରା ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା । ରୋଷେଇ ଘରର ବଗିଚା ହେଉଛି ନିଜ ବାସ ଘର ତଥା ରୋଷେଇ ଘରର କଠିନ ଓ ଜଳୀୟ ବର୍ଜ୍ୟବସ୍ତୁ ବ୍ୟବହାର କରି ଫଳ ଓ ପନିପରିବା ଚାଷ କରିବା । ରୋଷେଇ ଘରର ଉଦ୍ୟାନରେ ଆଦାୟ ପନିପରିବା ଗୁଡ଼ିକ ପୁଷ୍ଟିକର ତଥା ସତେଜ ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ । ଏହା ବିଷାକ୍ତ ରାସାୟନିକ ପଦାର୍ଥରୁ ମୁକ୍ତ ଫଳ ଏବଂ ପନିପରିବା ଉତ୍ପାଦନ । ନିଜ ଘର ବଡ କିମ୍ବା ଛୋଟ ହୋଇପାରେ ଏବଂ ଏହାର ପରିସର ଭିତରେ ଯାହା ବି ଜମି ଉପଲବ୍ଧ, ଆସନ୍ତୁ ପନିପରିବା ବଢାଇବା, ତାଜା ରାନ୍ଧିବା ଏବଂ ଆମର ଦୈନନ୍ଦିନ ଖାଦ୍ୟରେ ଉପଭୋଗ କରିବା ।

Leave A Reply

Your email address will not be published.